Masthead

ଦ୍ଵିତୀୟ ଦିନରେ ଅନଶନ: ପ୍ରଶାସନ ସହ ତୃତୀୟ ପର୍ୟ୍ୟାୟ ଆଲୋଚନା ବିଫଳ

ପିପିଲି, (ବଡ଼ ଖବର ବ୍ୟୁରୋ): ୫ ଦଫା ଦାବି ନେଇ ପିପିଲି ସରକାରୀ ଡାକ୍ତରଖାନା ସମ୍ମୁଖରେ ଜାରି ରହିଛି ଆମରଣ ଅନଶନ। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଅନଶନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ତେବେ ପ୍ରଥମ ଦିନରେ ପ୍ରଶାସନ ସହ ଅନଶନକାରୀଙ୍କ ତୃତୀୟ ପର୍ୟ୍ୟାୟ ଆଲୋଚନା ବିଫଳ ହୋଇଛି। ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ପକ୍ଷରୁ ଆମରଣ ଅନଶନକୁ ବିପୁଳ ସମର୍ଥନ ମିଳିଛି । ସୋମବାର ରାତିରେ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଧାରଣାସ୍ଥଳରେ ପହଞ୍ଚିଥିଲେ।

ଆଜି ପୁନର୍ବାର ଆସି ଅନଶନକାରୀଙ୍କ ସହ ଯୋଡ଼ିହୋଇ ପ୍ରଶାସନ ନିକଟରେ ଦାବି ରଖିଛନ୍ତି। ଜିଲ୍ଲା ବିଜେପି ଅନଶନକାରୀଙ୍କ ସହ ରହିଛି ବୋଲି ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଆଜି କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ଏବଂ ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ନାୟକ ସେମାନଙ୍କ ସମର୍ଥନ ଜଣାଇବା ସହ ପ୍ରତିକ୍ରିୟା ରଖିଛନ୍ତି। ଧାରଣାସ୍ଥଳରୁ ପଟ୍ଟନାୟକ ସିଡିଏମଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଯଥାଶୀଘ୍ର ଅନଶନକାରୀଙ୍କ ଦାବି ପୂରଣ କରିବାକୁ ଆଲୋଚନା କରିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର