Masthead

ପୁନଃ ନିଯୁକ୍ତି ପାଇଁ ସହାୟିକାଙ୍କୁ ପ୍ରେମ ନିବେଦନ କଲେ ସ୍କୁଲ କର୍ତ୍ତୁପକ୍ଷ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବେସରକାରୀ ସ୍କୁଲ କର୍ତ୍ତୁପକ୍ଷ ମାନଙ୍କ ଦୈରାତ୍ମ ବଢ଼ିବାରେ ଲାଗିଛି ।ସରକାରଙ୍କ ସମସ୍ତ ନିୟମକୁ ବେଖାତିର କରି ନିଜର ମନମାନି ଚଳାଉଥିବା ଅଭିଯୋଗ ହେଉଛି।ଶିକ୍ଷାର ମନ୍ଦିର କୁହା ଯାଉଥିବା ସ୍କୁଲ ଏବେ କେତେଜଣ କର୍ତ୍ତୃପକ୍ଷ ମାନଙ୍କ ପାଇଁ କଳୁଷିତ ହେବାକୁ ଯାଉଛି। ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକରେ ଥିବା ବେସରକାରୀ ସ୍କୁଲ ସରସ୍ୱତୀ ବିଦ୍ୟାମନ୍ଦିର ନାମରେ । ମନରୋମା ବେହେରା ନାମକ ମହିଳା ଆଜକୁ ୪ବର୍ଷରୁ ଅଧିକ ହେବ ଚାନ୍ଦବାଲି ବ୍ଲକରେ ଥିଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କାର‌୍ୟ୍ୟରତ ଥିଲେ।

ହଠାତ ତାଙ୍କ ସ୍ୱାମୀଙ୍କ ଦେହ ଅସୁସ୍ଥ ହେବାରୁ ନିଜ ଦିଅରକୁ ସାଙ୍ଗରେ ଧରି ଦିଲ୍ଲୀ ଚିକିତ୍ସା ପାଇଁ ଯାଇଥିବା ସମୟରେ ହଠାତ ତାଙ୍କ ଦିଅରଙ୍କ ବ୍ରେନଷ୍ଟୋକରେ ମୃତ୍ୟୁ ଘଟିଥିଲା।କିଛି ଉପାୟ ନପାଇ କିଛି ରାଜନେତାଙ୍କ ସହାୟତାରେ ଦିଅର ମୃତ ଶରୀର ଏବଂ କ୍ୟାନସର ଚିକିତ୍ସିତ ସ୍ୱାମୀକୁ ଧରି ନିଜ ଗ୍ରାମରେ ପହଞ୍ଚି ଥିଲେ । ଦିଅର ଶବ ବ୍ୟବଚ୍ଛେଦ କରି ସ୍ୱାମୀର ଚିକିତ୍ସା ପାଇଁ ସମସ୍ତ ସୁବିଧା କରି ସାରିବା ବେଳକୁ ୨ମାସ ବିତି ଯାଇଥିଲା । ନିଜର କାର‌୍ୟ୍ୟରେ ଯୋଗ ଦେବାପାଇଁ ସ୍କୁଲ ଗଲା ବେଳକୁ କାର‌୍ୟ୍ୟରେ ଯୋଗ ଦେବାକୁ ବାରଣ କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । ମନୋରମା ବେହେରା ସ୍କୁଲ କତ୍ତୃପକ୍ଷଙ୍କୁ ନିଜର ଦୁଖ ଜଣାଇଥିଲେ ମଧ୍ୟ ସେ ସନ୍ଧ୍ୟାରେ ଏକା ଆସିବା ସହିତ ମୋ କଥା ବୁଝିବା ପାଇଁ ପ୍ରସ୍ଥାବ ଦେଇଥିବା ମନୋରମା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ।

ଏହାସହ ଭଦ୍ରକ ଜିଲ୍ଲାପାଳ,ଭଦ୍ରକ ଏସପି ,ଚାନ୍ଦବାଲି ବିଡ଼ିଓ, ଚାନ୍ଦବାଲି ତହସିଲଦାର ଏବଂ ଚାନ୍ଦବାଲି ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ କହିବା କଥା ମତେ ପୁନ୍ନ ନିଯୁକ୍ତି ଦେବା ସହିତ କୋଭିଡ ସମୟରେ ବକେୟା ଟଙ୍କା ଏବଂ ମୋ ପ୍ରତି ହୋଇଥିବା ଅଶାଳୀନ ବ୍ୟବହାର ପାଇଁ ମତେ ନ୍ୟାୟ ଦରକାର। ଏହାକୁ ଖଣ୍ଡନ କରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମୁଖ୍ୟ ଆଚାର‌୍ୟ୍ୟ । ସେ କହିଛନ୍ତି ସେମିତି କିଛି ତାଙ୍କ ସହିତ ହୋଇନାହିଁ ଏବଂ ତାଙ୍କର କୈଣସି ବକେୟା ପାଉଣା ଆମ ପାଖରେ ବାକି ନାହିଁ।ସ୍କୁଲରେ ଅନୁପସ୍ଥିତ ଥିବାରୁ ତାଙ୍କୁ ସ୍କୁଲରୁ ବାହାର କରି ଦିଆ ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ