Masthead

କେବେ କାର୍ଗିଲ କେବେ କରମର୍ଦ୍ଦନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରପାରିରେ ପରଭେଜ ମୁଶରଫ ।୭୯ ବର୍ଷ ବୟସରଙ୍କ ଶେଷ ନିଶ୍ୱାସ ତ୍ୟାଗ କଲେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ । ପାକିସ୍ତାନ ବହୁ ଚର୍ଚ୍ଚିତ ଚେହେରା ଥିଲେ ମୁଶରଫ । ଭାରତ ସହ ତାଙ୍କର ସଂପର୍କ ମଧ୍ୟ ଖୁବ୍ ଚର୍ଚ୍ଚିତ । ୧୧ ଅଗଷ୍ଟ ୧୯୪୩ରେ ଦିଲ୍ଲୀରେ ତାଙ୍କର ଜନ୍ମ । ମାତ୍ର ୧୯୪୭ ମସିହା ବିଭାଜନର କିଛି ଦିନ ପୂର୍ବରୁ ସେ ଏବଂ ତାଙ୍କ ପରିବାର ପାକିସ୍ତାନ ଚାଲିଯାଇଥିଲେ । ମୁଶରଫ ଓ ଭାରତର ସମ୍ପର୍କ ଖଟାମିଠାର ସମ୍ପର୍କ । କେତେବେଳେ ସେ ଭାରତର କଟ୍ଟର ବିରୋଧି ତ ଆଉ କେତେବେଳେ ଭାରତ ସହ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ କରିଛନ୍ତି । ପରଭେଜ ମୁଶରଫ ୧୯୬୧ରେ ପାକିସ୍ତାନ ସେନାରେ ଯୋଗ ଦେଇଥିଲେ । ୧୯୬୫ ଓ ୧୯୭୧ରେ ଭାରତ ବିରୋଧରେ ଯୁଦ୍ଧ ଲଢିଥିଲେ । ସେ ପାକିସ୍ତାନ ସେନାମୁଖ୍ୟ ହେବାପରେ ଭାରତ ବିରୋଧରେ କରିଥିଲେ ଭୟଙ୍କର ଷଡଯନ୍ତ୍ର, ଯେଉଁଥିପାଇଁ ୨ ଦେଶ ମଧ୍ୟରେ ୧୯୯୯ରେ ହୋଇଥିଲା କାର୍ଗିଲ ଯୁଦ୍ଧ । ପାକିସ୍ତାନକୁ ଲଗାତାର ହରାଇବା ପରେ ବି କାଶ୍ମୀର ପ୍ରସଙ୍ଗରେ ସବୁବେଳେ ଶାନ୍ତିର ସମାଧାନ ଚାହିଁଛି ଭାରତ । ଏ ନେଇ ଯେତେବେଳେ ଉଦ୍ୟମ ଆରମ୍ଭ ହୋଇଥିଲା, ସମଝୌତ ଏକ୍ସପ୍ରେସ ଓ ଦୋସ୍ତି ବସ୍ ଗଡିଥିଲା, ଠିକ୍ ସେତିକିଳେଳେ ଭାରତ ପିଠି ପଛରୁ ପୁଣି ଶତ୍ରୁତାର ଆଘାତ ଦେଇଥିଲା ପାକିସ୍ତାନ । ଯାହାର ମୁଖ୍ୟ ଖଳନାୟକ ଥିଲେ ମୁଶାରଫ । ତାଙ୍କ ନେତୃତ୍ୱରେ ଭାରତ ବିରୋଧରେ ଆଉ ଏକ ଯୁଦ୍ଧ ଲଢି ପୁଣି ପରାଜୟ ପାଇଥିଲା ପାକିସ୍ତାନ । ଏହାପରେ ନିଜ ଦେଶରେ ରାଜନୈତିକ ଚକ୍ରାନ୍ତ କରି ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନବାଜ ଶରିଫ ସରକାରକୁ ଗାଦିଚୁ୍ୟତ କରି ହୋଇଯାଇଥିଲେ ରାଷ୍ଟ୍ରପତି । ତେବେ ପାକିସ୍ତାନର ରାଷ୍ଟ୍ରପତି ହେବା ପରେ ଅଚାନକ ନିଜକୁ ଶାନ୍ତିଦୂତ ଭାବେ ପ୍ରତିପାଦିତ କରିବାର ପ୍ରୟାସ କରିଥିଲେ ମୁଶାରଫ । ୨୦୦୨ରେ କାଠମାଣ୍ଡୁର ସାର୍କ ସମ୍ମିଳନୀରେ ବାଜପାୟୀଙ୍କ ସହ ଅପ୍ରତ୍ୟାସିତ ଭାବେ କରମର୍ଦ୍ଦନ ଆଜି ବି ବେଶ୍ ଚର୍ଚ୍ଚିତ ।

ପାକିସ୍ତାନର ରାଷ୍ଟ୍ରପତି ହେବା ପରେ ୩ଥର ଭାରତ ଆସିଛନ୍ତି ମୁଶାରଫ । ଆଗ୍ରା ଆସିଛନ୍ତି, ତାଜମହଲ ବୁଲିଛନ୍ତି, କ୍ରିକେଟ ଖେଳ ଦେଖିଛନ୍ତି । ହେଲେ ସବୁଥର ଦୋସ୍ତିର କଥା କହି ଦୁଶ୍ମନି ନିଭାଇଛନ୍ତି । ଉଭୟ ଅଟଳବିହାରୀ ବାଜପାୟୀ ଓ ଡକ୍ଟର ମନମୋହନ ସିଂଙ୍କ ସହ ଏକାଧିକଥର ଶାନ୍ତିର ଆଲୋଚନା କରି ପରେ ଭୁଲିଯାଇଛନ୍ତି । ଅନେକ କଥା ପାଇଁ ମନେରହିବେ ମୁଶାରଫ । ବେଶି ମନେରହିବେ କାରଗିଲର ଖଳନାୟକ ଭାବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ