Masthead

ଥମୁନି ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ରାଇଘର(ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଦୀର୍ଘ ୩ କିଲୋମିଟର କିଟି କିଟି ଅନ୍ଧାର ରାତିରେ ଖଟିଆରେ ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ର କୁନିନାଲ ଗାଁର ଲୁଲୁ ମୁଦୁଲିଙ୍କ ସ୍ତ୍ରୀ ଛବି ମୁଦୁଲି ୪ ମାସର ଗର୍ଭବତୀ ଥିବା ବେଳେ ହଠାତ ପେଟ ବ୍ୟଥା ହେବାରୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

କିନ୍ତୁ ଝରିଗାଁ ମେଡ଼ିକାଲରେ ଆମ୍ବୁଲାନ୍ସ ନଥିବାରୁ ଏମଏଚୟୁ ଗାଡ଼ିଟି ଗର୍ଭବତୀ ଙ୍କୁ ଆଣିବାକୁ ଯାଇ ଗାଁ ରେ ପହଞ୍ଚି ନପାରି ଦୀର୍ଘ ୩ କିଲୋମିଟର ଦୂର ଖଦ୍ରାପାଣି ଡାଲଖାଇ ଛକ ନିକଟରେ ଅଟକି ରହିଥିଲା । ପରେ ପରିବାର ଏବଂ ଗ୍ରାମବାସୀ ଛବିଙ୍କୁ କିଟି କିଟି ଅନ୍ଧାର ରାତିରେ ଏକ ଖଟିଆ ସାହାଯ୍ୟ ରେ ବହି ଆଣି ଏମଏଚୟୁ ଗାଡ଼ି ନିକଟରେ ପହଞ୍ଚାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗର୍ଭବତୀ ଛବିଙ୍କ ପ୍ରାଥମିକ ଚିକିତ୍ସା ପରେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?