Masthead

ଇସ୍ରାଏଲ ଆକ୍ରମଣରେ ଛାରଖାର ଗାଜାଷ୍ଟ୍ରିପ, ଗାଜାରେ ଭୟାନକ ମାନବୀୟ ସଙ୍କଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧରେ ଉଭୟ ପକ୍ଷରୁ ୩୬୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହମାସ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଏପଟେ ପଡୋଶୀ ସିରିୟା ଓ ଲେବାନନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ସିରିୟା ଓ ଲେବାନନ ମାଟିରୁ କ୍ଷେପଣାସ୍ତ୍ର ମାଡ ପରେ କଡା ଜବାବ ଦେଇଛନ୍ତି ଇସ୍ରାଏଲ ସେନା । ଆଗକୁ ତିନିପଟୁ ଆକ୍ରମଣର ତୀବ୍ରତା ବଢିବା ଆଶଙ୍କା କରି ଇସ୍ରାଏଲ ସୀମାନ୍ତ ଅଞ୍ଚଳର ଲୋକଙ୍କୁ ବଙ୍କରରେ ରହିବାକୁ କୁହାଯାଇଛି ।

ସେପଟେ ଇସ୍ରାଏଲ ବାୟୁସେନାର ଭୟଙ୍କର ଆକ୍ରମଣରେ ଛାରଖାର ହୋଯାଇଛି ଗାଜାଷ୍ଟ୍ରିପ । ବିଦ୍ୟୁତ ଯୋଗାଣ ଠପ ହୋଇଯାଇଥିବା ବେଳେ ଖାଦ୍ୟ, ଇନ୍ଧନ ସମେତ ଅନ୍ୟ ଜରୁରୀ ସାମାଗ୍ରୀର ଉତ୍କଟ ଅଭାବ ଦେଖା ଦେଇଛି । ଇସ୍ରାଏଲ ବାୟୁ ସେନା ପକ୍ଷରୁ ଜୋରଦାର ଆକ୍ରମଣ ହେଉଥିବାରୁ ଭୟରେ ଗାଜାରୁ ପ୍ରାୟ ୨ ଲକ୍ଷ ୬୦ ହଜାର ଲୋକ ସହର ଛାଡିସାରିଲେଣି । ବର୍ତ୍ତମାନ ସୁଦ୍ଧା ୨୨୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂଶ କରିଛି ଇସ୍ରାଏଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼