Masthead

ଝିଅମାନଙ୍କ ପାଇଁ ଖୁସି ଖବର

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଶତ୍ରୁ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଯୁବକମାନଙ୍କ ଭଳି ଯୁବତୀମାନେ ମଧ୍ୟ ଆଗେଇ ଆସୁଛନ୍ତି । ତେବେ ସେନାବାହିନୀରେ ଭର୍ତ୍ତି ହେବା ପାଇଁ ଦରକାର ପ୍ରଶିକ୍ଷଣ । ଗୁଜୁରାଟର ବାଲାଚିରେ ଥିବା ସୈନିକ ସ୍କୁଲରେ ଏବେ ଝିଅମାନେ ପ୍ରଶିକ୍ଷଣ ନେଇ ପାରିବେ ବୋଲି ସରକାର ଘୋଷଣା କରିଛନ୍ତି ।  ଇାଲାଚି ସୈନିକ ସ୍କୁଲ ପ୍ରତିଷ୍ଠା ହେବାର ୬୦ ବର୍ଷ ବିତିଗଲାଣି । ମାତ୍ର ଏହି ଶିକ୍ଷାନୁଷ୍ଠାନରେ ଝିଅମାନଙ୍କୁ ନାମଲେଖାଇବାର ସୁଯୋଗ ମିଳୁନଥିଲା । ୨୦୨୧ ଶିକ୍ଷାବର୍ଷରୁ ପ୍ରଥମେ ୧୦ଜଣ ଝିଅ ନାମଲେଖାଇବେ । ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ସେ କହିଛନ୍ତି ଯେ ଏଠାରେ ୬ଷ୍ଠ ଶ୍ରେଣୀରୁ ହିଁ ନାମଲେଖା ହୋଇଥାଏ । ତେବେ ନୂଆ ନିଷ୍ପତ୍ତି ଅନୁସାରେ କେବଳ ଗୁଜୁରାଟର ଝିଅମାନଙ୍କ ପାଇଁ ଏଠାରେ ୬୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ।
ସମଗ୍ର ଦେଶରେ ୩୩ଟି ସୈନିକ ସ୍କୁଲ ଅଛି । ମାତ୍ର ଏଥିରେ ଝିଅମାନଙ୍କୁ ପାଠପଢିବାର ସୁଯୋଗ ନଥିଲା । ୨ବର୍ଷ ତଳେ ଦେଶର ୫ଟି ସ୍କୁଲରେ ଝିଅମାନେ ପଢି ପାରିବେ ବୋଲି ଅନୁମତି ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରାଳୟ । ସେହି ସ୍କୁଲଗୁଡିକ ହେଲା ଚନ୍ଦ୍ରପୁର (ମହାରାଷ୍ଟ୍ର), ବିଜପୁର (କର୍ଣ୍ଣାଟକ), କୋଡାଗୁ (କର୍ଣ୍ଣାଟକ), କାଲିକିରି (ଆନ୍ଧ୍ରପ୍ରଦେଶ) ଓ ଘୋରାଖାଲ (ଉତ୍ତରପ୍ରଦେଶ) ।
ଯେଉଁ ଝିଅମାନେ ସାମରିକ ଅଧିକାରୀ ଭାବରେ ଦେଶସେବା କରିବାର ସ୍ୱପ୍ନ ଦେଖୁଛନ୍ତି,, ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ପରେ ସୈନିକ ସ୍କୁଲରେ ନାମଲେଖାଇ ସେମାନଙ୍କ ସ୍ୱପ୍ନକୁ ସାକାର କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍