Masthead

ଝିଅମାନଙ୍କ ପାଇଁ ଖୁସି ଖବର

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଶତ୍ରୁ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଯୁବକମାନଙ୍କ ଭଳି ଯୁବତୀମାନେ ମଧ୍ୟ ଆଗେଇ ଆସୁଛନ୍ତି । ତେବେ ସେନାବାହିନୀରେ ଭର୍ତ୍ତି ହେବା ପାଇଁ ଦରକାର ପ୍ରଶିକ୍ଷଣ । ଗୁଜୁରାଟର ବାଲାଚିରେ ଥିବା ସୈନିକ ସ୍କୁଲରେ ଏବେ ଝିଅମାନେ ପ୍ରଶିକ୍ଷଣ ନେଇ ପାରିବେ ବୋଲି ସରକାର ଘୋଷଣା କରିଛନ୍ତି ।  ଇାଲାଚି ସୈନିକ ସ୍କୁଲ ପ୍ରତିଷ୍ଠା ହେବାର ୬୦ ବର୍ଷ ବିତିଗଲାଣି । ମାତ୍ର ଏହି ଶିକ୍ଷାନୁଷ୍ଠାନରେ ଝିଅମାନଙ୍କୁ ନାମଲେଖାଇବାର ସୁଯୋଗ ମିଳୁନଥିଲା । ୨୦୨୧ ଶିକ୍ଷାବର୍ଷରୁ ପ୍ରଥମେ ୧୦ଜଣ ଝିଅ ନାମଲେଖାଇବେ । ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ସେ କହିଛନ୍ତି ଯେ ଏଠାରେ ୬ଷ୍ଠ ଶ୍ରେଣୀରୁ ହିଁ ନାମଲେଖା ହୋଇଥାଏ । ତେବେ ନୂଆ ନିଷ୍ପତ୍ତି ଅନୁସାରେ କେବଳ ଗୁଜୁରାଟର ଝିଅମାନଙ୍କ ପାଇଁ ଏଠାରେ ୬୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ।
ସମଗ୍ର ଦେଶରେ ୩୩ଟି ସୈନିକ ସ୍କୁଲ ଅଛି । ମାତ୍ର ଏଥିରେ ଝିଅମାନଙ୍କୁ ପାଠପଢିବାର ସୁଯୋଗ ନଥିଲା । ୨ବର୍ଷ ତଳେ ଦେଶର ୫ଟି ସ୍କୁଲରେ ଝିଅମାନେ ପଢି ପାରିବେ ବୋଲି ଅନୁମତି ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରାଳୟ । ସେହି ସ୍କୁଲଗୁଡିକ ହେଲା ଚନ୍ଦ୍ରପୁର (ମହାରାଷ୍ଟ୍ର), ବିଜପୁର (କର୍ଣ୍ଣାଟକ), କୋଡାଗୁ (କର୍ଣ୍ଣାଟକ), କାଲିକିରି (ଆନ୍ଧ୍ରପ୍ରଦେଶ) ଓ ଘୋରାଖାଲ (ଉତ୍ତରପ୍ରଦେଶ) ।
ଯେଉଁ ଝିଅମାନେ ସାମରିକ ଅଧିକାରୀ ଭାବରେ ଦେଶସେବା କରିବାର ସ୍ୱପ୍ନ ଦେଖୁଛନ୍ତି,, ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ପରେ ସୈନିକ ସ୍କୁଲରେ ନାମଲେଖାଇ ସେମାନଙ୍କ ସ୍ୱପ୍ନକୁ ସାକାର କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ