Masthead

ତ୍ରୁଟିପୂର୍ଣ୍ଣ ଚିକିତ୍ସା, ଯମଯନ୍ତ୍ରଣାରେ ଛଟପଟ ମହିଳା

ରାଜକନିକା, (ବଡ଼ ଖବର ବ୍ୟୁରୋ): ଗରିବ ରୋଗିଣା ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଉଥିବା ନାଁରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ରାସ୍ତାକଡ଼ରେ ବଡ଼ ବଡ଼ ହୋଡିଂ ମାରି ବାଃ ବାଃ ନେଉଛନ୍ତି ସରକାର । ବାସ୍ତବରେ ଏହା ଭିଡ଼କୁ ନୁହେଁ । କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଚିତ୍ର ।

ବରାଡ଼ିଆ ଗାଁର ଭାସ୍କର ମାଝୀଙ୍କ ସ୍ତ୍ରୀ ଲକ୍ଷ୍ମୀପିୟା । ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫ୍ୟାମିଲ ପ୍ଳାନିଂ ଅପରେସନ କରିଥିଲେ । ଦେଢ଼ମାସ ପରେ ଲକ୍ଷ୍ମୀପ୍ରିୟା ଗର୍ଭବତୀ ହୋଇଥିଲେ । ରାଜକନିକା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗର୍ଭପାତ କରିଥିଲେ ଲକ୍ଷ୍ମୀପ୍ରିୟା ।

ଗର୍ଭପାତ କରିବା ପରେ ଲକ୍ଷ୍ମୀପ୍ରିୟାଙ୍କ ରକ୍ତସ୍ରାବ ବନ୍ଦ ହୋଇନଥିଲା । ମେଡିକାଲକୁ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିଲେ ସେ । ଧାର ଉଧାର କରି ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କ ଚିକିତ୍ସା କରାଇଥିଲେ ସୁଦ୍ଧା ସୁଫଳ ପାଇନଥିଲେ ଭାସ୍କର । ଶେଷରେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଇବା ପରେ ରକ୍ତସ୍ରାବ ବନ୍ଦ ହୋଇଥିଲା । ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଭଲସେ ଗର୍ଭପାତ ହୋଇନଥିଲା । ମେଡିସିନ ଖାଇବା ପରେ କିଛି ଦିନ ଠିକ ହୋଇଥିଲେ ଲକ୍ଷ୍ମୀପ୍ରିୟା ।

ମାସିକ ଋତୁସ୍ରାବ ସମୟରେ କିନ୍ତୁ ପୂର୍ବଭଳି ରକ୍ତ ଅଧିକ ପଡ଼ୁଥିଲା । ପୁଣିଥରେ ଅଲଟ୍ରାସାଉଣ୍ଡ କରିବାରୁ ପରେ ଜଣା ପଡ଼ିଥିଲା ଯେ ତାଙ୍କ ଗର୍ଭାଶୟରେ ଘା’ ହୋଇଯାଇଛି । ଗରିବ ଖଟିଖିଆ ହୋଇଥିବାରୁ ସ୍ତ୍ରୀଙ୍କ ଚିକିତ୍ସା କରାଇବାରେ ଅସମର୍ଥ ହୋଇଛନ୍ତି ଭାସ୍କର । ଡାକ୍ତରଙ୍କ ତ୍ରୁଟି ଲାଗି ଲକ୍ଷ୍ମୀପ୍ରିୟା ସହୁଛନ୍ତି ଜମ ଯନ୍ତ୍ରଣା । ସରକାରୀ ସହାୟତା ମିଳିଲେ ଲକ୍ଷ୍ମୀପ୍ରିୟା ଭଲ ହୋଇଯାଆନ୍ତେ ବୋଲି କହିଛନ୍ତି ଭାସ୍କର । ସେପଟେ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ