Masthead

ଭୟଙ୍କର ହେଉଛି ଇସ୍ରାଏଲ ହମାସ ଯୁଦ୍ଧ, ସାଧାରଣ ଲୋକେ ଗାଜା ଛାଡ଼ିବା ପରେ ଆକ୍ରମଣ କରିବ ଇସ୍ରାଏଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୯ ଦିନରେ ପହଞ୍ଚିଲାଣି ଇସ୍ରାଏଲ ହମାସ ଯୁଦ୍ଧ । ଗାଜା ଭିତରେ ପଶି ହମାସ ଆତଙ୍କୀଙ୍କୁ ସଫା କରୁଛି ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ। ହମାସ ଆତଙ୍କୀଙ୍କୁ ସଫା କରିବାକୁ ଗୋଳାବାରୁଦ ଓ ଟ୍ୟାଙ୍କ୍ ସହ ମୁତୟନ ହୋଇଛନ୍ତି ୪ ଲକ୍ଷରୁ ଅଧିକ ସୈନିକ। ଗାଜାରୁ ସାଧାରଣ ଲୋକ ଖାଲି ହେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଲୋକ ଖାଲି ହେବା ପରେ ଆକ୍ରମଣ ପାଇଁ ଯୋଜନା କରିଛି ଇସ୍ରାଏଲ । ଏଥିପାଇଁ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ।

ଏହାରି ଭିତରେ ଭୟରେ ଲୋକେ ଗାଜା ଛାଡୁଥିବାର ଚିତ୍ର ସାମ୍ନାକୁ ଆସିଛି । ଉତ୍ତର ଗାଜାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚେତାବନୀ ପରେ ଏବେ ପାଲେଷ୍ଟାଇନର ଦକ୍ଷିଣ ମୁହାଁ ହୋଇଛନ୍ତି ଲୋକେ । ମୃତ୍ୟୁ ଭୟରେ ଗାଜାବାସୀ ଅନ୍ୟତ୍ର ବିସ୍ଥାପିତ ହେଉଛନ୍ତି । ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ପାଖାପାଖି ୧୧ ଲକ୍ଷ ଲୋକ ଏବେ ବିସ୍ଥାପିତ ହେଉଛନ୍ତି ।

ଗାଜାରେ ୨,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗାଜାରେ ସ୍ଥିତି ଏବେ ଭୟଙ୍କର ଥିବା ନେଇ ଜାତିସଂଘ ପକ୍ଷରୁ କୁହାଯାଇଛି । ହମାସ ଆତଙ୍କବାଦୀମାନେ ଟନେଲ ଭିତରେ ଲୁଚି ରହିଥିବାରୁ ବୁଲଡୋଜର ନେଇ ବଙ୍କର ତାଡିବାକୁ ଯୋଜନା କରିଛି ଇସ୍ରାଏଲ । ଗାଜାରେ ଏଭଳି ସ୍ଥିତି ପାଇଁ ହମାସ ଦାୟୀ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ