Masthead

ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ ସେନା, ଅପେକ୍ଷା ନିର୍ଦ୍ଦେଶକୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଙ୍ଘାତିକ ହେଉଛି ଯୁଦ୍ଧ ସ୍ଥିତି । ଗାଜାରେ ଇସ୍ରାଏଲ ସେନା । ସାଧାରଣ ଲୋକେ ଗାଜା ଛାଡ଼ିବା ପରେ ଆକ୍ରମଣ କରିବ ଇସ୍ରାଏଲ । ହମାସ ଆତଙ୍କୀଙ୍କୁ ସଫା କରିବାକୁ ଗୋଳାବାରୁଦ ଓ ଟ୍ୟାଙ୍କ ସହ ୪ଲକ୍ଷରୁ ଅଧିକ ସୈନିକ ମୁତୟନ । ହମାସ ଶିବିରରେ ପଶି ଆକ୍ରମଣ କରିବା ସହ ଏହି ସଂଗଠନକୁ ସମର୍ଥନ କରୁଥିବା ରାଷ୍ଟ୍ରକୁ ମଧ୍ୟ ପରୋକ୍ଷରେ ଧମକାଉଛି ଇସ୍ରାଏଲ । ଖାଲି ନିର୍ଦ୍ଦେଶକୁ ଅପକ୍ଷୋ । ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ କରିବ ସେନା । ଉତର ଗାଜାରେ ଥିବା ହମାସ ଆତଙ୍କୀକୁ ପୁରା ନିପାତ କରିବାକୁ ଯୋଜନା ପ୍ରସ୍ତୁତ କରଯାଇଛି ।

ଆଉ କିଛି ସମୟର ଅପେକ୍ଷା, ଗାଜାରେ ଗର୍ଜିପାରେ ଇସ୍ରାଏଲ କମାଣ । ଅନ୍ୟପଟେ ଇସ୍ରାଏଲର ଏଭଳି କାର୍ଯ୍ୟାନୁଷ୍ଠାନର ସୁଯୋଗ ନେଇ ଇରାନ, ସିରିଆ ଏବଂ ଲେବାନନ୍ ସମସ୍ତେ ଯୁଦ୍ଧରେ ଏକାଠି ହୋଇପାରନ୍ତି । ଯାହାକୁ ନେଇ ଆମେରିକା ଏବେ ମଧ୍ୟପ୍ରାଚ୍ୟର କେତେକ ଦେଶକୁ ବିଶ୍ୱାସକୁ ନେବାକୁ ଉଦ୍ୟମ ଆରମ୍ଭ କରିଛି । ସେପଟେ ଗାଜାରେ ୨୩ଲକ୍ଷ ଲୋକ ରହୁଥିବା ବେଳେ ୧୧ଲକ୍ଷ ଲୋକ ହୋଇଛନ୍ତି ବିସ୍ଥାପିତ । ପାଲେଷ୍ଟାଇନର ଦକ୍ଷିଣ ମୁହାଁ ହେଉଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ