Masthead

ଗଡିଲା ମା’ ବିରଜାଙ୍କ ସିଂହଧ୍ୱଜ ରଥ

ଯାଜପୁର(ବଡ଼ ଖବର ବ୍ୟୁରୋ): ଆଶ୍ୱିନ ମାସ ୨୮ଦିନ ପ୍ରତିପଦା ତିଥି ରବିବାର ଦିନ ରାତ୍ର ନଅଘଟିକାକୋଡିଏ ମିନିଟ ସମୟରେ ଭକ୍ତ ମାନଙ୍କ ଦ୍ୱାରା ବିରଜାଙ୍କ ରଥ ଦାଣ୍ଡରେ ନବଦିନ ବ୍ୟାପି ମା ବିରଜାଙ୍କ ସିଂହଧ୍ଵଜ ରଥକୁ ସିଂହଦ୍ୱାର ସମୁଖରୁ ଟାଣି ଟାଣି ନେଇ ପୂର୍ବ ଉତ୍ତର କୋଣରେ ରଖିଥିଲେ | ଏହି ରଥ ଯାତ୍ରା ନବମୀ ପର୍ଯ୍ୟନ୍ତ ଚାଲୁ ରହିବ |

ରବିବାର ଅପରାହ୍ନ ସମୟରେ ରଥ ମଣ୍ଡପରେ ରଥ ପ୍ରତିଷ୍ଠା କାର୍ଯ୍ୟ ରୀତିନୀତି ଅନୁଯାଇ ସମ୍ପୂର୍ଣ ହେବାପରେ ମା ବିରଜାଙ୍କ ବିଜେ ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ମା’ଙ୍କ ଶ୍ରୀଅଙ୍ଗ ଲାଗି ସେବାୟତମାନେ ରତ୍ନ ସିଂହାସନରୁ ଘଣ୍ଟା, ବାଦ୍ୟ, ଦୁନ୍ଦିଭି, ଛତା ତରାଶ, ଆର୍ଷାବାଡ଼ି ପ୍ରଭୁତି ବଜାଇ ରଥରେ ରୀତିନୀତି ଅନୁଯାଇ ପୂଜା କରିବା ପରେ ବିଜେ ପ୍ରତିମାକୁ ରଥ ସିଂହାସନରେ ରଥାରୁଡ଼ କରିବା ପରେ ରଥ ଦାଣ୍ଡରେ ଉପସ୍ଥିତ ଥିବା ଭକ୍ତମାନେ ସିଂହଧ୍ଵଜ ରଥକୁ ଟାଣି ନେଇଥିଲେ | ଶନିବାର ରାତ୍ରିରେ ରଥାଧୀବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ରବିବାର ଠାରୁ ମା ବିରଜାଙ୍କ ନବଦିନ ବ୍ୟାପି ପାଦ ଦର୍ଶନ ଆରମ୍ଭ ହେଇଛି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି