Masthead

ହାତ ନାହିଁ, ପାଦରେ ଚଲାଉଛନ୍ତି ତୀର

ନୁଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କଥାରେ ଅଛି ଇଚ୍ଛା ଆଗାରେ ସବୁ ଶକ୍ତି ହାର ମାନେ । ଯଦି ମନ ଦୃଢ ଥାଏ ତାହାଲେ ସବୁ କାମ ସହଜରେ ହୋଇଯାଏ । ଯେତେ ବାଧାବିଘ୍ନ ଆସିଲେ ବି ବିଶ୍ୱାସ ଆଗରେ ସବୁ ହାର ମାନେ । ହାତ ନାହିଁ । ହେଲେ ତୀର ଚଳାଉଛନ୍ତି । ଲକ୍ଷ ଭେଦ ବି କରିପାରୁଛନ୍ତି । ସେ ବି ପୁଣି ପାଦରେ । ଜାମ୍ମୁ କାଶ୍ମୀର ଲୋହିଧର ଗାଁ ର ଶୀତଳ ଦେବୀ । ବୟସ ୧୬ ବର୍ଷ । ପ୍ରଥମ ମହିଳା ବାହୁହୀନ ତୀରନ୍ଦାଜ । ଯିଏକି ବିଶ୍ୱ ପାରା ଧନୁ ଚାମ୍ପିୟନସିପର ଫାଇନାଲଲିଷ୍ଟ । ଜନ୍ମରୁ ଶୀତଲଙ୍କର ଦୁଇଟି ଯାକ ହାତ ନାହିଁ । ହେଲେ ନିଜକୁ କେବେ ବି ଦୁର୍ବଳ ଭାବି ନାହାନ୍ତି । ୧୧ ବର୍ଷ ବୟସରୁ ସେ ଶୁଟିଂ ଆରମ୍ଭ କରିଥିଲେ । ହାତ ନଥିଲେ ବି ପାଦରେ ତୀରଚାଳନା କରୁଛନ୍ତି । ଆଊ ଖୁବ କମ ସମୟ ଭିତରେ ସଫଳତା ହାସଲ କରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ଫାଇନାଲରେ ପ୍ରବେଶ ପରେ ଶୀତଲ କହିଛନ୍ତି “ମୁଁ ଏଠାରେ ପହଞ୍ଚି ବହୁତ ଉସôାହିତ ଅଛି । ଏହା ଏକ ବଡ ପ୍ରତିଯୋଗିତା । ଆଗକୁ ମଧ୍ୟ ମୁଁ ଅଧିକା ଭଲ ଖେଳିବାର ଚେଷ୍ଟା ଜାରି ରଖିବ । ତୀରନ୍ଦାଜ କରିପାରିବି ବୋଲି ମୁଁ କେଭେ ଭାବି ନଥିଲେ । କିନ୍ତୁ ମୋ କୋଚ୍ କୁଲଦୀପ କୁମାରଙ୍କ ପ୍ରୟାସ ମୋ ଜୀବନକୁ ବଦଳାଇ ଦେଇଛି । ଆଉ ଆଜି ଏ ଶିଖର ଛୁଇଁ ପାରିଛି । ଶୀତଲ ଦେବୀ ଏହି ସପ୍ତାହରେ ବିଶ୍ୱ ତୀରନ୍ଦାଜୀ ପାରା ଚାମ୍ପିୟନସିପରେ ଡେବୁ୍ୟ କରିଥିଲେ । କିନ୍ତୁ ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଇଭେଣ୍ଟନୁହେଁ । ସେ ମେ ମାସରେ ଅନୁଷ୍ଠିତ ହୋଇଥିବା ୟୁରୋପୀୟ ପାରା ତୀରନ୍ଦାଜ କପରେ ସିଲଭର ପଦକ ଜିତିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?