Masthead

ଆକ୍ରମଣ ଆହୁରି ଜୋରଦାର ହେବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାଜା ଉପରେ ପୁଣି ଏୟାରଷ୍ଟ୍ରାଇକ୍‌ । ମାନବୀୟ ସହାୟତା ପରେ ଗାଜାରେ ପୁଣି ଆକ୍ରମଣ । ହମାସ ବିରୋଧରେ ଜୋରଦାର ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌ । ୱେଷ୍ଟ ବ୍ୟାଙ୍କରେ ମସଜିଦ ଭିତରେ ଲୁଚିଥିବା ଆତଙ୍କବାଦୀ ନିପାତ । ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ଇସ୍ରାଏଲ୍‌ର ଦାବି । ଆକ୍ରମଣ ଆହୁରି ଜୋରଦାର କରାଯିବ କହିଲା ଇସ୍ରାଏଲ୍ ସେନା । ସେପଟେ ଇସ୍ରାଏଲ ଓ ହମାସ୍‌ ଯୁଦ୍ଧକୁ ଶନିବାର ୧୫ ଦିନ ପୂରିଥିବାବେଳେ ଗାଜାରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ ସହାୟତା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଗୋଟିଏ ପରେ ଗୋଟିଏ ଟ୍ରକ୍‌ ପହଞ୍ଚିବାରେ ଲାଗିଛି। ତେବେ ଇସ୍ରାଏଲ ପକ୍ଷରୁ ରକେଟ୍‌ ଓ ମିଶାଇଲ ମାଡ଼ ଜାରି ରହିଛି।

୭ରେ ଗାଜାର ଶାସକ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଇସ୍ରାଏଲ ଏହାର ଜବାବୀ କାର୍ୟ୍ୟାନୁଷ୍ଠାନରେ ଗାଜାକୁ ଟାର୍ଗେଟ କରିବା ସହ ସେଠାକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିଦେଇଥିଲା। ଏହି କଟକଣାକୁ ଶନିବାର ୧୨ ଦିନ ପୂରିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅନୁରୋଧ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହମତିକ୍ରମେ ଇଜିପ୍ଟ ସୀମାନ୍ତ ରାଫାହ ପଏଣ୍ଟ ଦେଇ ଗାଜା ଷ୍ଟ୍ରିପ୍‌କୁ ସହାୟତା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଟ୍ରକ୍‌ଗୁଡ଼ିକ ପ୍ରବେଶ କରିଛି। ଧଳା ରଙ୍ଗର ପତାକା ଲାଗିଥିବା ଏହି ଟ୍ରକ୍‌ଗୁଡ଼ିକ ରାଫାହ ଓ ଖାନ୍‌ ୟୁନିସ୍‌ ସହରରେ ବାସଚ୍ୟୁତ ହୋଇଯାଇଥିବା ଲୋକଙ୍କ ଲାଗି ଖାଦ୍ୟ, ଜଳ ଓ ଔଷଧ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼