Masthead

ହାତୀ ଆକ୍ରମଣରେ ଚାଷୀ ମୃତ

ସୋରଡ଼ା (ବଡ଼ ଖବର ବ୍ୟୁରୋ): ହାତୀ ଆକ୍ରମଣରେ ଚାଷୀ ମୃତ । ସୋରଡ଼ା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗୁଣ୍ଡୁରୀବାଡ଼ି ନିକଟରେ ହାତୀ ଆକ୍ରମଣ । ମୃତ ବ୍ୟକ୍ତିଙ୍କ ନାମ ଟୁନା ଗୌଡ଼। ମୁଜାଗଡ଼ ରେଞ୍ଜରେ ୧୭ ଟିକିଆ ହାତୀପଲର ଉପଦ୍ରବ ଜାରି ରହିଥିବା ବେଳେ ଏହି ପଲ ଗତକାଲି ରାତିରେ ଗୁଣ୍ଡୁରୀବାଡ଼ି ଗ୍ରାମ ଅଭିମୁଖେ ଆସିଥିଲେ। ଗ୍ରାମର କିଛି ଲୋକଙ୍କ ସହ ଟୁନା ରାତିରେ ନିଜ ଧାନ କ୍ଷେତ ଜଗିବାକୁ ଯାଇଥିଲେ। ଧାନ କ୍ଷେତରେ ଏକ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ ଟୁନା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ବାରମ୍ବାର ହାତୀ ଉପଦ୍ରବ ଅଂଚଳରେ ଲାଗି ରହିଥିବା ବେଳେ ବର୍ତ୍ତମାନ ଧାନ ଫସଲ ସୁରକ୍ଷା ଚିନ୍ତା ବଢାଇଛି । ହାତୀ ମଣିଷ ଲଢେଇରେ ଜୀବନ ଯିବା ବନ ବିଭାଗର ଚିନ୍ତା ବଢ଼ାଇ ଦେଇଥିବା ବେଳେ ସଂପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ