Masthead

ମୁଖ୍ୟମନ୍ତ୍ରୀଙ୍କ ପାଖାପାଖି ବସୁଛନ୍ତି ଭିକେ ପାଣ୍ଡିଆନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାକିରି ଛାଡ଼ିଲେ । ପୁରୁଣା ପଦବୀ ନୂଆ ରୂପରେ ମିଳିଲା । ତା ସହିତ ବଦଳି ଗଲା ଚୌକିର ସ୍ଥାନ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଓ ୫ଟି ସଚିବ ଥିବା ଭିକେ ପାଣ୍ଡିଆନ ପୂର୍ବରୁ ପଛ ଚୌକିରେ ବସୁଥିଲେ । ଏବେ ଚୌକି ପାଖରେ ପଡ଼ିଲା । ଆଉ ନବୀନଙ୍କ ପଛରେ ନୁହେଁ ନବୀନଙ୍କ ସାଇଡରେ ବସିଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ତଥା ୫ଟି ସଚିବ ଥିବା ଭିକେ ପାଣ୍ଡିଆନ ନବୀନଙ୍କ ସବୁ ସରକାରୀ ମଞ୍ଚରେ ଉପସ୍ଥିତ ରହୁଥିଲେ ।

କିନ୍ତୁ ସେ ବସୁଥିଲେ ମୁଖ୍ୟମନ୍ତ୍ରୀଙ୍କ ପଛରେ । ଯେହେତୁ ସେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ । ଏବେ କିନ୍ତୁ ଚିତ୍ର ବଦଳି ଯାଇଛି । ପାଣ୍ଡିଆନ ଚାକିରି ଛାଡ଼ିବା ପରେ ଆଜି ମୁଖ୍ୟମନ୍ତ୍ରୀ ସହିତ ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ । ଭିଜିଲାନ୍ସ ସଚେତନତା କର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ଭିକେ ପାଣ୍ଡିଆନଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା ।

କିନ୍ତୁ ଏବେ ଆଉ ପଛ ପଟରେ ବସିନଥିଲେ ପାଣ୍ଡିଆନ ବରଂ ତାଙ୍କର ସାଇଡରେ ଚୌକି ପଡ଼ିଥିଲା । ଏ ଦୃଶ୍ୟ ଦେଖନ୍ତୁ । ଏ ପୂର୍ବର ଦୃଶ୍ୟ ଆଉ ଏବେର ଦୃଶ୍ୟ । ଚୌକି କେଉଁ ଜାଗାରେ ପଡ଼ିଛି ଦେଖନ୍ତୁ । ଏହା କହିପାରିବା ଯେ ଏବେ ଚାକିରି ଛାଡ଼ିବା ପରେ କ୍ୟାବିନେଟ ପାହ୍ୟା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖାପାଖି ବସୁଛନ୍ତି ଭିକେ ପାଣ୍ଡିଆନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି