Masthead

ଜଳୁଛି ଶିମିଳିପାଳ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ସଙ୍କଟରେ ଶିମିଳିପାଳ । ହୁ ହୁ ଜଳୁଛି ଶିମିଳିପାଳ। ଚିନ୍ତାରେ ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲାରେ ପାରଦ ବଢ଼ି ୪୫ ପାର ହେଇ ସାରିଲାଣି । ଫଳରେ ଶିମିଳିପାଳ ଅଭୟାରଣ୍ୟର ୧୦୦ରୁ ଅଧିକ ସ୍ଥାନରେ ନିଆଁ ଲାଗି ସାରିଲାଣି । ନିଆଁ ପୂରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବାରୁ ବନ୍ୟ ପ୍ରାଣୀଙ୍କ ଜୀବନ ସହ ଔଷଧୀୟ ବୃକ୍ଷ ,ଗୁଳ୍ମ ମଧ୍ୟ ସଙ୍କଟରେ ରହିଛି ।

ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବେଳକୁ ତତ୍ପରତା ଦେଖାଇଛି ବନ ବିଭାଗ । ସେପଟେ ଶନିବାର ଅପେକ୍ଷା ରବିବାର ରାଜ୍ୟରେ ବନାଗ୍ନି ବୃଦ୍ଧି ପାଉଥିବା ଜଣାପଡିଛି। ଗୋଟିଏ କି ଦୁଇଟି ଜିଲାରେ ଜଙ୍ଗଲ ଜଳୁନାହିଁ, ବରଂ ୧୮ଟି ଜିଲାରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। କେଉଁ ରେଞ୍ଜରେ ସପ୍ତାହେ ହେଲା ତ ଆଉ କେଉଁ ରେଞ୍ଜରେ ୪ଦିନ ହେବ ନିଆଁ ଜଳୁଥିଲେ ମଧ୍ୟ ଅଦ୍ୟାବଧି ଆୟତ୍ତକୁ ଆସିପାରିନାହିଁ। ତାତି ଯେତେ ବଢିବାରେ ଲାଗିଛି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ସେତେ ହୁତୁହୁତୁ ହୋଇ ଜଳୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି