Masthead

ଇସ୍ରାଏଲ ହମାସ ଯୁଦ୍ଧ, ଗଲାଣି ୩୧ ସମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବେଳକୁ ବେଳ ରକ୍ତମୁଖା ସାଜୁଛି ଇସ୍ରାଏଲ । ଗାଜାରେ ଜୋରଦାର ଅପରେସନ । ହମାସର ୬ଶହରୁ ଅଧିକ ସ୍ଥଳୀ ଉପରେ ହମଲା କରିଛଇ ଇସ୍ରାଏଲ। ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୯,୦୦୦ଲୋକଙ୍କର ମୃତ୍ୟୁ ହେଲାଣି । ଏହି ଯୁଦ୍ଧରେ ବହୁ ସଂଖ୍ୟକ ଖବରଦାତା ମଧ୍ୟ ନିହତ ହୋଇଛନ୍ତି। ଅକ୍ଟୋବର ୭ ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୩୧ ଜଣ ଖବରଦାତାଙ୍କର ମୃତ୍ୟୁ ଘଟିଛି। ଖବରଦାତାମାନଙ୍କୁ ସୁରକ୍ଷା ଦେବା କମିଟି (ସିପିଜେ) ଏହି ପରିସଂଖ୍ୟାନ ପ୍ରକାଶ କରିଛି।

ନିହତ ଖବରଦାତାମାନଙ୍କ ମଧ୍ୟରେ ୨୬ ପାଲେଷ୍ଟାଇନର, ୪ ଇସ୍ରାଏଲର ଏବଂ ଜଣେ ଲିବାନନର ଅଛନ୍ତି। ଏହା ବ୍ୟତୀତ ଏହି ଯୁଦ୍ଧରେ ୮ ଜଣ ଖବରଦାତା ଆହତ ହୋଇଛନ୍ତି। ଖବର ଅନୁଯାୟୀ, ୯ ଜଣ ଖବରଦାତା ନିଖୋଜ କିମ୍ବା ଅଟକ ଅଛନ୍ତି। ଏଥିସହ ଖବରଦାତାମାନଙ୍କୁ ଗିରଫ କରାଯାଇ ଭୟଭୀତ କରାଯାଉଛି। ନିହତ ହୋଇଥିବା ୩୧ ଖବରଦାତାଙ୍କ ମଧ୍ୟରୁ ୨୬ ଜଣଙ୍କର ଗାଜାରେ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଇସ୍ରାଏଲ ଉପରେ ହମାସ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ