Masthead

ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି, ୨୫ ବର୍ଷର ଦରମା ଖାଇଗଲେ

ବାଂଶପାଳ, (ବଡ଼ ଖବର ବ୍ୟୁରୋ): କେନ୍ଦୁଝରରେ ପ୍ରତ୍ୟେକ ଦିନ ବଢ଼ି ଚାଲିଛନ୍ତି ନକଲି ଶିକ୍ଷକ। କିଛି ଦିନ ପୂର୍ବେ ଜିଲ୍ଲାରେ ୧୨ ନକଲି ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ପୁଣି ଆଉ ଜଣେ ନକଲି ସାର୍ଟଫିକେଟ ଦେଇ ଚାକିରି କରିଥିବା ସୂଚନା ଦେଇଛନ୍ତି ବାଂଶପାଳ ବ୍ଲକ ଶିକ୍ଷାଧିକାରୀ ସନାତନ ରାଉତ। ସେ ହେଉଛନ୍ତି ରାଇଗୋଡ଼ା ୟୁଜିୟୁପି ସ୍କୁଲରେ କାମ କରୁଥିବା କବିଚନ୍ଦ୍ର ସେଠୀ। ନକଲି ସାର୍ଟିଫିକେଟ ବଳରେ ସେ ଦୀର୍ଘ ୨୫ ବର୍ଷ ହେବ ଶିକ୍ଷକତା କରିଆସୁଥିଲେ। ଏହି ୨୫ ବର୍ଷ ଭିତରେ ସେ ସରକାରୀ ଦରମା ବି ଖାଇଛନ୍ତି। ବ୍ଲକ ଶିକ୍ଷାଧିକାରୀ କିଛିଦିନ ତଳେ ସମ୍ପୃକ୍ତ ଶିକ୍ଷକଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ପଠାଇଥିଲେ। ସେଥି ମଧ୍ୟରୁ ସିଟି ସାର୍ଟଫିକେଟ ନକଲି ସାବ୍ୟସ୍ତ ହୋଇଥିଲା। ଏହି ତଥ୍ୟ ଆଧାରରେ ବ୍ଲକ ଶିକ୍ଷାଧିକାରୀ ଗତ ୧୭ ତାରିଖରେ ନୟାକୋଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ ୬୦) ରୁଜୁ କରିଛି। ବାଂଶପାଳ ବ୍ଲକରେ ଏମିତି ନକଲି ଶିକ୍ଷକ, ଶିକ୍ଷୟିତ୍ରୀ ଆହୁରି ବହୁତ ଅଛନ୍ତି। ତାଙ୍କର ପାଳି କେବେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି