Masthead

ସତରେ କ’ଣ ସମ୍ବଲପୁରୀ ଭାଷା ପାଇଁ ମନୋଜ ବ୍ୟାନ ହୋଇଥିଲେ?

ନରସିଂହ ଯାହା କହୁଛନ୍ତି କ’ଣ ସତ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାହିଁକି ରାଗିଥିଲେ ନରସିଂହ? ମନୋଜଙ୍କ ବ୍ୟାନ ପଛର ଅସଲ କାରଣ କ’ଣ? ବ୍ୟାନ ପଛର କ’ଣ କାରଣ ନରସିଂହଙ୍କୁ ଜଣାଇଥିଲେ ମନୋଜ? ସମସ୍ତେ ଜାଣିଛନ୍ତି ରାମ ସିନେମାକୁ ନେଇ ଉପରି ସ୍ଥିତି ଉପୁଜିଛି । ପ୍ରଯୋଜକ ସଂଘ ବି ସମାନ କଥା କହିଛି । ମନୋଜ ମିଶ୍ର ବି ଗଣମାଧ୍ୟମରେ ସମାନ କଥା କହିଛନ୍ତି ସୋସିଆଲ ମିଡିଆରେ ସମାନ ପୋଷ୍ଟ କରିଛନ୍ତି । କିନ୍ତୁ ଅଚାନକ ନରସିଂହ ମିଶ୍ର ବଡ଼ ଖବରରେ ଏକ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି । ଯେତେବେଳେ ତାଙ୍କୁ ପ୍ରଶ୍ନ ହୋଇଛି ଆପଣ ଓଡ଼ିଶା ଭାଗ ଭାଗ କଥା କାହିଁକି ଉଠାଇଲେ ସେତେବେଳେ ସେ କହିଛନ୍ତି ସମ୍ବଲପୁରୀ ଭାଷାରେ ମାଇଣ୍ଡଗେମ୍ ଡବିଂ ହୋଇଛି ସେହି କତା ଉପକୂଳ ପ୍ରଯୋଜକ ମାନଙ୍କୁ ବାଧିଛି । ଆମେ ଯେତେବେଳେ ପ୍ରଶ୍ନ କଲୁ କାରଣ ସେଇଆ ତ ନୁହେଁ । ସେତେବେଳେ ନରସିଂହଙ୍କ ଉତ୍ତର ହେଲା ଏକଥା ନିଜେ ମନୋଜ ମିଶ୍ର ତାଙ୍କୁ ଜଣାଇଛନ୍ତି ।

ବାସ୍ତବରେ କ’ଣ ମନୋଜ ମିଶ୍ରଙ୍କୁ ଭାଷା ଡବିଂ ପାଇଁ ବ୍ୟାନ କରାଯାଇଛି । ଏକଥା ତ କେହି କହୁନାହାନ୍ତି ତାହେଲେ ଏ ପ୍ରସଙ୍ଗ ଆସିଲା କେଉଁଠୁ । ଏହା ପଶ୍ଚିମ-ପୂର୍ବ ଲଢେଇର ଏକ ଆଧାର ତିଆରି କରୁନାହିଁ କି? ଯଦି ସତରେ ମନୋଜଙ୍କୁ ଏହି କାରଣ କୌଣସି ପ୍ରଯୋଜକ ଜଣାଇଛନ୍ତି, ମନୋଜ ତ ସବୁ ଖୁଲାସା କରୁଛନ୍ତି ତାହାଲେ ଏ କଥା ସାର୍ବଜନୀନ କରୁ ନାହାନ୍ତି କାହିଁକି । ଯଦି ଏହି କଥା ଘଟିଛି ତାହେଲେ ସେ କେବଳ ନରସିଂହଙ୍କୁ କହୁଛନ୍ତି ସମସ୍ତଙ୍କୁ ଜଣାଉନାହାନ୍ତି କାହିଁକି । ଏହା ଆଉ ଏକ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ