Masthead

ବିଜେଡିକୁ ଦରକାର ସଞ୍ଜୟ ଦାସବର୍ମା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଦରକାର ସଞ୍ଜୟ ଦାସବର୍ମା । ସଞ୍ଜୟଙ୍କୁ ହାଇକମାଣ୍ଡ ଦେଲେ ଗୁରୁଦାୟିତ୍ୱ । ବିଜେଡି କାର୍ଯ୍ୟାଳୟର ସାଧାରଣ ସଂପାଦକ ସହ ଏବେ ତାଙ୍କୁ ମିଳିଛି ଭଦ୍ରକର ପର୍ଯ୍ୟବେକ୍ଷକ ଭାର । ଦୀର୍ଘ ଦିନରେ ପାର୍ଟି କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ସଞ୍ଜୟଙ୍କୁ ଏଭଳି ପଦବୀ ପରେ କ’ର ରହିଛି ଗୁମର । ଅଲୋଡ଼ା ଥିଲେ ଆକ୍ଟିଭ ହେଲେ । ବିଜେଡିକୁ ଦରକାର ସଞ୍ଜୟ ଦାସବର୍ମା । ସଞ୍ଜୟଙ୍କୁ ହାଇକମାଣ୍ଡ ଦେଲେ ଗୁରୁଦାୟିତ୍ୱ । ବିଜେଡି କାର୍ଯ୍ୟାଳୟର ସାଧାରଣ ସଂପାଦକ ସହ ଏବେ ତାଙ୍କୁ ମିଳିଛି ଭଦ୍ରକର ପର୍ଯ୍ୟବେକ୍ଷକ ଭାର । ଦୀର୍ଘ ଦିନ ପରେ ଦଳ କାହିଁକି ସଞ୍ଜୟଙ୍କୁ ଖୋଜିଲା? ଏହା ପଛର କାରଣ କ’ଣ? ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ନ ଥିଲେ ତ ସଞ୍ଜୟ । ଚାର୍ଜକୁ ଆସୁ ଆସୁ ପାୱାରଲେସରୁ ପାୱାରଫୁଲ । ଲୋ ଭୋଲ୍ଟେଜରୁ ହାଇଭୋଲ୍ଟେଜ ବନିଲେ ସଞ୍ଜୟ ଦାସବର୍ମା। ମୁହଁ ଖୋଲି ପାୱାରଲେସ ହୋଇଥିବା କଥା କୁହାଯାଉଥିବ ବେଳେ ଏବେ ନୀରବତା ହିଁ ପୁଣି ବନାଇଦେଲା ସିକନ୍ଦର। ଏବେ ଫୁଲଦମରେ ସଞ୍ଜୟ । ପର୍ୟ୍ୟବେକ୍ଷପ ଦାୟିତ୍ଵ ମିଳୁ ମିଳୁ ଆକ୍ଟିଭ ମୁଡ଼ରେ ଦାସବର୍ମା। ଦଳରେ ଦିନେ କଣଠେସା ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ସୁପ୍ରିମୋ ଦେଖାଇଲେ ଅନୁକମ୍ପା, ଆଉ ତାପରେ ସଞ୍ଜୟ ବନିଗଲେ ଫୁଲ ପାୱାରଫୁଲ।

ବିଜେଡିର ସୁନା ପୁଅ ବନିଗଲେ ସଞ୍ଜୟ। ଭଦ୍ରକ ବିଜେଡି ପର୍ୟ୍ୟବେକ୍ଷକ ସଞ୍ଜୟଙ୍କୁ ଳିଛି ନୂଆ ଦାୟିତ୍ଵ। ନବୀନ ନିବାସରୁ ଗୁରୁଜ୍ଞାନ ନେଇ ରଣକ୍ଷେତ୍ରକୁ ମାରିଲେ ଲମ୍ବା ଲମ୍ଫ। ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ବନାଇଛନ୍ତି ରୋଡ ମ୍ୟାପ। ବିଳମ୍ବ ନ କରି ଦଳ ବଳ ଧରି ମଇଦାନକୁ ଓହ୍ଲାଇଲେ ସଞ୍ଜୟ ଦାସବର୍ମା । ବର୍ମାଙ୍କ ପାଇଁ ଏବେ ବାଟ ବେଶ ଅଙ୍କା ବଙ୍କା। ମାପି ଚୁପି ପକାଉଛନ୍ତି ପାଦ। ବିଜେଡି କାର୍ୟ୍ୟଳୟ ସାଧାରଣ ସଂପାଦକ ସହ ଏବେ ସଞ୍ଜୟଙ୍କ କାନ୍ଧରେ ଭଦ୍ରକ ଜିଲ୍ଲା ପର୍ୟ୍ୟବେକ୍ଷପ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ। ଜିଲ୍ଲାକୁ ଗସ୍ତ କରି ନେଉଛନ୍ତି ବିଜେଡି ସ୍ଥିତିର ରିପୋର୍ଟ। ନୂଆ ନୁହେଁ ପୁରୁଣା ଫର୍ମୁଲାରେ ଆରମ୍ଭ କଲେ ନୂଆ କାର୍ୟ୍ୟ। ବିଟ ଟୁ ବିଟ ଦେଖାଉଛନ୍ତି ନିଜର ପତିଆରା। ଭଦ୍ରକର ପୁରୁଖା ଠୁ ନେଇ ଯୁବପିଢୀ । ଅଲୋଡ଼ାଠୁ ଆରମ୍ଭ କରି ବିରୋଧୀ। ସଞ୍ଜୟଙ୍କ ଫର୍ମୁଲରେ ହେଲେଣି ଆକୃଷ୍ଟ। ସୁଯୋଗର ଫାଇଦା ନେଇ ନିଜର କ୍ଷମତା କେନ୍ଦ୍ରରେ କେନ୍ଦ୍ରୀଭୂତ ହେବାପାଇଁ ଦେଖାଇଲେ ଦମ୍। ରାଜ୍ୟକୁ ଲୁଟି ନେଉଥିବା କହି ଅଲୋଡ଼ା ପଡ଼ି ଥିବା ସଞ୍ଜୟଙ୍କୁ କାହିଁକି ବିଜେଡିର ଲୋଡା ପଡ଼ିଲା? ନା ଦାସବର୍ମା ପାଇଁ ଟେନସନରେ ଥିଲା ଦଳ। ପଛରେ ରହିଛି କି ଉଦ୍ଦେଶ୍ୟ। ତାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ