Masthead

ପରଲୋକରେ ମହେଶ୍ୱର ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ୬୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଭୋର ୩ଟା୨୫ରେ ପରଲୋକ ହୋଇଥିବା ସୂଚନା । ଗତ ୩୧ରୁ ଚିକିସôାଧିନ ଥିଲେ ମହେଶ୍ୱର ମହାନ୍ତି । ବ୍ରେନ ଷ୍ଟୋକରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଶୋକ ପ୍ରକାଶ କରିବା ସହିତ ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଶୋକ ପ୍ରକାଶ କରିଛନ୍ତି ।

୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ନିର୍ବାଚିତ ହୋଇ ପ୍ରଥମେ ବିଧାୟକ ହୋଇଥିଲେ । ଏହାପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କ୍ରମାଗତ ଭାବେ ୫ ଥର ପୁରୀ ନିର୍ବାଚନମଣ୍ଡଳୀର ସେ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ ।

ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ ମହେଶ୍ୱର । ୨୦୧୧ରେ ପଞ୍ଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହପରି ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ।କିନ୍ତୁ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ