Masthead

ଭଙ୍ଗା ଗୋଡ଼ରେ ମାକ୍ସୱେଲଙ୍କ ଡବଲ ସେଞ୍ଚୁରୀ…ଏ ଇଂନିସ ଅନେକ ଦିନ ଧରି ମନେ ରହିବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗତକାଲି ମ୍ୟାଚ ଖାଲି ମ୍ୟାଚ ନଥିଲା । ଥିଲା ମ୍ୟାଜିକ । ଅଷ୍ଟ୍ରେଲିଆ ବ୍ୟାଟର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ମ୍ୟାଜିକ । ସେଞ୍ଚୁରୀ ନୁହେଁ ମାରିଲେ ଡବଲ ସେଞ୍ଚୁରୀ । ପଲାଟାଇ ଦେଇଥିଲେ ଗେମ୍ । ହାରୁଥିବା ମ୍ୟାଚକୁ ଜିତାଇ ଦେଇଥିଲେ । ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ଆଫଗାନିସ୍ତାନକୁ ୩ ୱିକେଟରେ ହରାଇଲା କଙ୍ଗାରୁ ଦଳ । ୨୦୧ ରନ କରି ଦଳକୁ ଜିତାଇଥିବା ଗ୍ଲେନ ମାକ୍ସୱେଲ ହେଲେ ମ୍ୟାଚ ଅଫ୍ ଦି ମ୍ୟାଚ୍ । ୨୯୨ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୪୬. ୫ ଓଭରରେ ୭ ଓ୍ବିକେଟ ହରାଇ ହାସଲ କରି ନେଇଥିଲା । ବିଜୟ ଲକ୍ଷ୍ୟ ୨୯୨ ଥିବା ବେଳେ ଏକା ମାକ୍ସଓ୍ବେଲ ୨୦୧ ରନର ଅପରାଜୟ ଇଂନିସ ଖେଳି ଆଫଗାନିସ୍ତାନ ହାତରୁ ନିଶ୍ଚିତ ବିଜୟକୁ ଛଡ଼ାଇ ନେଇଥିଲେ ।

ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ୍ରେ ଆଫଗାନିସ୍ତାନକୁ ହରାଇଛି । ଏହି ବିଜୟ ସହ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି କଙ୍ଗାରୁ ଟିମ୍ । ଶେଷ ତିନୋଟି ମ୍ୟାଚରେ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଭଳି ବଡ଼ ବଡ଼ ଦଳକୁ ହରାଇବା ପରେ କଙ୍ଗାରୁ ଶିକାର ଲକ୍ଷ୍ୟରେ ଥିଲା ଆଫଗାନିସ୍ତାନ । ମୁମ୍ବାଇର ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୨୯୧ ରନର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିବା ଦଳ । ଦଳ ପକ୍ଷରୁ ଇବ୍ରାହିମ୍ ଜାଦରାନ ସର୍ବାଧିକ ୧୨୯ ରନ୍ କରିଥିଲେ ।

୨୯୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା କଙ୍ଗାରୁ ଦଳ ଆରମ୍ଭରୁ ଆଫଗାନିସ୍ତାନ ବୋଲରଙ୍କ ଆଗରେ ତାସ ଘର ପରି ଭାଙ୍ଗି ଯାଇଥିଲା । ଡେଭିଡ ୱାର୍ନର ମାତ୍ର ୧୮ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ହେଡ ଖାତା ଖୋଲି ପାରି ନଥିଲେ । ସେହିପରି ମିଚେଲ ମାର୍ସ ୨୪, ମାରନୁସ ୧୪, ଇଙ୍ଗଲସ ଶୂନ, ମାର୍କସ ୬ ଏବଂ ଷ୍ଟାର୍କ ୩ ରନ୍ କରି ବ୍ୟାଭିଲିୟନ ଫେରି ଯାଇଥିଲେ । ହେଲେ ଗୋଟିଏ ପଟେ ମାକ୍ସଓ୍ବେଲ ଛିଡା ହୋଇ ୧୨୮ ବଲ୍ ଖେଳି ୨୦୧ ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଆଉ ଅନ୍ୟପଟେ କମନ୍ସ ୬୮ ବଲ ଖେଳି ୧୨ ରନ୍ କରିବା ସହ ତାଙ୍କ ସାଥ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ