Masthead

ପ୍ରିଣ୍ଟରୁ ଟେଲିଭିଜନ ସବୁଠି ଛାଡ଼ିଛନ୍ତି ଛାପ, ବିସ୍ମୟ ବାଳକଙ୍କୁ କରିଥିଲେ ଆବିଷ୍କାର

ଭୁବନେଶ୍ୱର (ବଡ଼ ଖବର): ବଡ଼ ଖବର ‘ପୁନର୍ଜନ୍ମ’ ଉତ୍ସବରେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହେଲେ ସାମ୍ବାଦିକତାର ସ୍ୱତନ୍ତ୍ର ଛାପଛାଡ଼ିଥିବା ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଶ୍ରୀଯୁକ୍ତ ସମ୍ପଦ ମହାପାତ୍ର । ଏହି କାର୍ଯ୍ୟକ୍ରମରେ ଅତିଥି ଥିବା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସ୍ୱାଭିମାନୀ ଓଡ଼ିଆ ହେମନ୍ତ ମହାନ୍ତି ଓ ବଡ଼ ଖବରର ସମ୍ପାଦକ ଅଦେ୍ର୍ଧନ୍ଦୁ ଦାସ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଉଭୟ ପ୍ରିଣ୍ଟରୁ ଟେଲିଭିଜନ ସବୁକ୍ଷେତ୍ରରେ ସମ୍ପଦ ମହାପାତ୍ରଙ୍କ ସଫଳତା ଖୁବ ଜାଜୁଲ୍ୟମାନ । ସମ୍ବାଦର ସମ୍ପାଦକ ହେଉ କି ଏନଡିଟିଭିର ବ୍ୟୁରୋ ମୁଖ୍ୟ । ଏହାପରେ ଅନ୍ୟାନ୍ୟ ଖବରକାଗଜ ଓ ବିଭିନ୍ନ ସଂସ୍ଥାରେ ନିଜର ପରାକାଷ୍ଠା ପଦର୍ଶନ ।

ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା କ୍ଷେତ୍ରରେ ସେ ସବୁବେଳେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ପ୍ରତିଭାକୁ ସାମ୍ବାଦିକ ଭାବରେ ସମ୍ପଦ ମହାପାତ୍ର ହିଁ ପ୍ରଥମେ ଆବିଷ୍କାର କରିଥିଲେ । ପରେ ବୁଦ୍ଧିଆଙ୍କ ପ୍ରତିଭାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ସେ ସଫଳତାର ସହ କାର୍ଯ୍ୟ ତୁଲାଉଛନ୍ତି । ଓଡ଼ିଶାର ସମାଜିକ, ଅର୍ଥନୀତି ଓ ରାଜନୀତିର ଅନେକ ଇତିହାସର ସେ ଜଣେ ନିରପେକ୍ଷ ସାକ୍ଷୀ । ଅନେକ ଉତ୍ଥାନପତନ ସେ ଦେଖିଛନ୍ତି । ଏଇ ବୟସରେ ବି ସେ ଥକିପଡ଼ି ନାହାନ୍ତି । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କେମିତି ଠିକ୍ ବାଟରେ ଯିବ ସେଥିପାଇଁ ନିଜର କଲମ ଚଲାଉଛନ୍ତି । ସେଭଳି ଜଣେ ପ୍ରତିଭାକୁ ‘ବଡ଼ ଖବର’ ତାର ‘ପୁନର୍ଜନ୍ମ’ ଉତ୍ସବରେ ‘ଲାଇଫ ଟାଇମ ଆଚିଭମେଣ୍ଟ’ ଆୱାର୍ଡ ୨୦୨୩ରେ ସମ୍ମାନିତ କରି ଆନନ୍ଦିତ ଅନୁଭବ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ