Masthead

ଭିଜିଲାନ୍ସ ହାତରେ ପୁଳାପୁଳା କଳାଟଙ୍କା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶା କ’ଣ କଳାଧନର ପେଣ୍ଠସ୍ଥଳ । ଭିଜିଲାନ୍ସ ଟାର୍ଗେଟରେ ଏବେ ସରକାରୀ ବାବୁ । ଆଜି ଆଉ ଜଣେ ସରକାରୀ ବାବୁଙ୍କ ଘରେ ରେଡ଼୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୫ ସହକାରୀ ନିର୍ବାହୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ଏକକାଳୀନ ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି ।
ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଞ୍ଜାମ ବଡ଼ଗଡ଼ରେ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଞ୍ଜାମ ବଡ଼ଗଡ଼ରେ ଥିବା ଅନ୍ୟ ଏକ ଘର ଓ ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ।
ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟରେ ଥିବା କେସ୍ ଆଧାରରେ ଏହି ଚଢଉ କରାଯାଇଛି । ଭିଜିଲାନ୍ସର ୧୫ଟି ଟିମ୍‌ ଏହି ରେଡ୍‌ରେ ସାମିଲ ହୋଇଛନ୍ତି । ଚଢଉ ସମୟରେ କେତେ ଆୟବହିର୍ଭୂତ ସଂପତ୍ତି ଜବତ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ ।
ସେହିପରି ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ । ତାଙ୍କର ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ପାଞ୍ଚ ପାଞ୍ଚଟି କୋଠା । ୬କୋଟି ୫୩ଲକ୍ଷ ୮୬ହଜାର ୭୧୦ ଟଙ୍କାର ସମ୍ପତ୍ତି ଥିବା ବେଳେ ରହିଛି ୪କୋଟି ୪ଲକ୍ଷ ୨୮ହଜାର ଟଙ୍କାର ଏକ ଆପାର୍ଟମେଣ୍ଟ । କରୋନା ମହାମାରୀ ସମୟରେ ଭିଜିଲାନ୍ସ ବିଭାଗର ନିଦ ଭାଙ୍ଗିଛି ବୋଲି ଚର୍ଚ୍ଚା ହେଉଛି । ତେବେ ସରକାରୀ ବାବୁଙ୍କ ଘରେ ଏତେ ସମ୍ପତ୍ତି ଆସୁଛି କେଉଁଠି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କେତେବେଳେ ଅଧ୍ୟାପକଙ୍କ ଘରେ ରେଡ୍ ତ ଆଉ କେତେବେଳେ ଯନ୍ତ୍ରୀଙ୍କ ଘରେ। ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛି ଭିଜିଲାନ୍ସ ବିଭାଗ । ତେବେ ପ୍ରଶ୍ନ ହେଉଛି ପୂର୍ବରୁ ଭିଜିଲାନ୍ସ ବିଭାଗ କାହିଁକି ଚୁପ୍ ବସିଥିଲା, ଆଉ ବର୍ତ୍ତମାନ ଫୁଲ୍ ଦମରେ ଲାଗିପଡିଛନ୍ତି ଅଧିକାରୀମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ