Masthead

ଭିଜିଲାନ୍ସ ହାତରେ ପୁଳାପୁଳା କଳାଟଙ୍କା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶା କ’ଣ କଳାଧନର ପେଣ୍ଠସ୍ଥଳ । ଭିଜିଲାନ୍ସ ଟାର୍ଗେଟରେ ଏବେ ସରକାରୀ ବାବୁ । ଆଜି ଆଉ ଜଣେ ସରକାରୀ ବାବୁଙ୍କ ଘରେ ରେଡ଼୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୫ ସହକାରୀ ନିର୍ବାହୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ଏକକାଳୀନ ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି ।
ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଞ୍ଜାମ ବଡ଼ଗଡ଼ରେ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଞ୍ଜାମ ବଡ଼ଗଡ଼ରେ ଥିବା ଅନ୍ୟ ଏକ ଘର ଓ ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ।
ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟରେ ଥିବା କେସ୍ ଆଧାରରେ ଏହି ଚଢଉ କରାଯାଇଛି । ଭିଜିଲାନ୍ସର ୧୫ଟି ଟିମ୍‌ ଏହି ରେଡ୍‌ରେ ସାମିଲ ହୋଇଛନ୍ତି । ଚଢଉ ସମୟରେ କେତେ ଆୟବହିର୍ଭୂତ ସଂପତ୍ତି ଜବତ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ ।
ସେହିପରି ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ । ତାଙ୍କର ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ପାଞ୍ଚ ପାଞ୍ଚଟି କୋଠା । ୬କୋଟି ୫୩ଲକ୍ଷ ୮୬ହଜାର ୭୧୦ ଟଙ୍କାର ସମ୍ପତ୍ତି ଥିବା ବେଳେ ରହିଛି ୪କୋଟି ୪ଲକ୍ଷ ୨୮ହଜାର ଟଙ୍କାର ଏକ ଆପାର୍ଟମେଣ୍ଟ । କରୋନା ମହାମାରୀ ସମୟରେ ଭିଜିଲାନ୍ସ ବିଭାଗର ନିଦ ଭାଙ୍ଗିଛି ବୋଲି ଚର୍ଚ୍ଚା ହେଉଛି । ତେବେ ସରକାରୀ ବାବୁଙ୍କ ଘରେ ଏତେ ସମ୍ପତ୍ତି ଆସୁଛି କେଉଁଠି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କେତେବେଳେ ଅଧ୍ୟାପକଙ୍କ ଘରେ ରେଡ୍ ତ ଆଉ କେତେବେଳେ ଯନ୍ତ୍ରୀଙ୍କ ଘରେ। ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛି ଭିଜିଲାନ୍ସ ବିଭାଗ । ତେବେ ପ୍ରଶ୍ନ ହେଉଛି ପୂର୍ବରୁ ଭିଜିଲାନ୍ସ ବିଭାଗ କାହିଁକି ଚୁପ୍ ବସିଥିଲା, ଆଉ ବର୍ତ୍ତମାନ ଫୁଲ୍ ଦମରେ ଲାଗିପଡିଛନ୍ତି ଅଧିକାରୀମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ