Masthead

ମୋ ପୁଅ କୁଆଡେ ଗଲା… କିଏ ଆଉ ମୋତେ ମାଆ ବୋଲି ଡାକିବ…

ସୋର (ବଡ଼ ଖବର): ମୋ ପୁଅ କୁଆଡେ ଗଲା। କିଏ ଆଉ ମୋତେ ମାଆ ବୋଲି ଡାକିବ। ଏମିତି କିଛି କହି ବାରମ୍ବାର ମୁର୍ଚ୍ଛା ହୋଇଯାଉଛି ମାଆ । ବୀର ପୁଅକୁ ଝୁରି ଆଖିରୁ ଲୁହ ଶୁଖୁନି । ପୁଅକୁ ଟିକେ ଦେଖିବା ପାଇଁ ପାଗଳି ପରି ହେଉଛି, ଆଖିରେ ପଲକ ପଡୁନି । ବାହୁନି ବାହୁନି କାନ୍ଦୁଛି ମାଆ । ସେପଟେ ଦୁନିଆକୁ ଭଲ କରି ବୁଝି ନଥିବା ୭-୮ ବର୍ଷର ଦୁଇ ପୁଅ ଆଜି ହୋଇଯାଇଛନ୍ତି ବାପ ଛେଉଣ୍ଡ। ଦୁଇ ପୁଅଙ୍କୁ ଅନାଥ କରି ଚାଲିଯାଇଛନ୍ତି ବାହାନଗା ଗୋପାଳପୁରର ଯବାନ ପ୍ରକାଶ ଚନ୍ଦ୍ର ଶିଅଳ।

ଛତିଶଗଡ଼ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ପ୍ରକାଶଙ୍କୁ ଝୁରୁଛି ପୁରା ପରିବାର ଝୁରୁଛି ସାରା ଗାଁ । ଯବାନଙ୍କ ମର ଶରୀର ପହଞ୍ଚିବା ପରେ ସ୍ତବ୍ଧ ହୋଇଯାଇଥିଲା ପୁରା ଅଞ୍ଚଳ। ଆଉ ଯବାନଙ୍କ ଶେଷ ଦର୍ଶନ କରିବାପାଇଁ ଆବାଳବୃଦ୍ଧବନିତାଙ୍କ ସୁଅ ଛୁଟିଥିଲା । ଜନ୍ମମାଟିରେ ଶହୀଦ ପ୍ରକାଶଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍ ଆଉ ତା ପରେ ଗାଁ ମଶାଣିରେ ସମ୍ପନ୍ନ ହେଲା ଯବାନଙ୍କ ଶେଷକୃତ୍ୟ। ହେଲେ ଅବୁଝା ମା ଏବେ ବି ପୁଅ ଫେରିବ ବୋଲି ଚାହିଁ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ