Masthead

ମୋ ପୁଅ କୁଆଡେ ଗଲା… କିଏ ଆଉ ମୋତେ ମାଆ ବୋଲି ଡାକିବ…

ସୋର (ବଡ଼ ଖବର): ମୋ ପୁଅ କୁଆଡେ ଗଲା। କିଏ ଆଉ ମୋତେ ମାଆ ବୋଲି ଡାକିବ। ଏମିତି କିଛି କହି ବାରମ୍ବାର ମୁର୍ଚ୍ଛା ହୋଇଯାଉଛି ମାଆ । ବୀର ପୁଅକୁ ଝୁରି ଆଖିରୁ ଲୁହ ଶୁଖୁନି । ପୁଅକୁ ଟିକେ ଦେଖିବା ପାଇଁ ପାଗଳି ପରି ହେଉଛି, ଆଖିରେ ପଲକ ପଡୁନି । ବାହୁନି ବାହୁନି କାନ୍ଦୁଛି ମାଆ । ସେପଟେ ଦୁନିଆକୁ ଭଲ କରି ବୁଝି ନଥିବା ୭-୮ ବର୍ଷର ଦୁଇ ପୁଅ ଆଜି ହୋଇଯାଇଛନ୍ତି ବାପ ଛେଉଣ୍ଡ। ଦୁଇ ପୁଅଙ୍କୁ ଅନାଥ କରି ଚାଲିଯାଇଛନ୍ତି ବାହାନଗା ଗୋପାଳପୁରର ଯବାନ ପ୍ରକାଶ ଚନ୍ଦ୍ର ଶିଅଳ।

ଛତିଶଗଡ଼ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ପ୍ରକାଶଙ୍କୁ ଝୁରୁଛି ପୁରା ପରିବାର ଝୁରୁଛି ସାରା ଗାଁ । ଯବାନଙ୍କ ମର ଶରୀର ପହଞ୍ଚିବା ପରେ ସ୍ତବ୍ଧ ହୋଇଯାଇଥିଲା ପୁରା ଅଞ୍ଚଳ। ଆଉ ଯବାନଙ୍କ ଶେଷ ଦର୍ଶନ କରିବାପାଇଁ ଆବାଳବୃଦ୍ଧବନିତାଙ୍କ ସୁଅ ଛୁଟିଥିଲା । ଜନ୍ମମାଟିରେ ଶହୀଦ ପ୍ରକାଶଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍ ଆଉ ତା ପରେ ଗାଁ ମଶାଣିରେ ସମ୍ପନ୍ନ ହେଲା ଯବାନଙ୍କ ଶେଷକୃତ୍ୟ। ହେଲେ ଅବୁଝା ମା ଏବେ ବି ପୁଅ ଫେରିବ ବୋଲି ଚାହିଁ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ