Masthead

ନରସିଂହ କହିଲେ କଳିକେଶ ବଲାଙ୍ଗିର ପର୍ଯ୍ୟଟକ, ପୂର୍ବତନ ସାଂସଦ ପଚାରିଲେ ବିକାଶ କଥା

ବଲାଙ୍ଗିର(ବଡ଼ ଖବର): ସିନେ କଳାକାର ବିବାଦ ନେଇ କଳିକେଶ-ନରସିଂହ କଥା କଟାକଟି । ଓଲିଉଡ୍ ବିବାଦରେ ରାଜନୀତି ପଶିବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ହୀନ ରାଜନୀତି କରାଯାଉଥିବା ଅଭିଯୋଗ ଆଣିଛନ୍ତି କଳିକେଶ । ସେପଟେ ନରସିଂହ ମିଶ୍ର କହିଛନ୍ତି, ରାଜନୀତିକ ଲୋକ ରାଜନୀତି ନକରି କ’ଣ ଚିନାବାଦାମ ବିକିବ । ନରସିଂହ ମିଶ୍ରଙ୍କ ଓଡ଼ିଶା ଦୁଇ ଭାଗ ବୟାନକୁ ନେଇ ତେଜିବାରେ ଲାଗିଛି ରାଜନୀତି । ସେପଟେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରୁନି ବିଜେଡି ହେଲେ ଓଲିଉଡ କଳିରେ ରାଜନୀତି ପଶିବା ପରେ ବିଜେଡି-କଂଗ୍ରେସ ନେତା ମଧ୍ୟରେ କଥା କଟାକଟି ।

ଏନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ସିଧା ନିଶାନା କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ କଳିକେଶ ସିଂଦେଓ । ଆଗକୁ ନିର୍ବାଚନ ଆସୁଥିବାରୁ ଏ ଘଟଣାକୁ ନେଇ ଶାସ୍ତା ରାଜନୀତି କରାଯାଉଥିବା ଅଭିଯୋଗ ଆଣିଛନ୍ତି କଳିକେଶ । କେବଳ ଏତିକି ନୁହେଁ, ବିକାଶ ପ୍ରସଙ୍ଗ ନେଇ ମଧ୍ୟ ବିଧାୟକଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ସାଂସଦ । ୧୦ ବର୍ଷ ଭିତରେ ବିଧାୟକ କେତେଥର ବିଧାନସଭାରେ ପଶ୍ଚିମ ଓଡ଼ିଶା କଥା ଉଠାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ କଳିକେଶ ସିଂହଦେଓଙ୍କ ଅଭିଯୋଗର କଡା ଜବାବ ରଖିଛନ୍ତି ବିଧାୟକ ନରସିଂହ ମିଶ୍ର ।

ସେ କହିଛନ୍ତି, ରାଜନୀତିକ ଲୋକ ରାଜନୀତି ନକରି କ’ଣ ଚିନାବାଦାମ ବିକିବ । ତାସହ କଳିକେଶଙ୍କୁ ପର୍ୟ୍ୟଟକ ଆଖ୍ୟା ଦେଇ କଟାକ୍ଷ କରିଛନ୍ତି ନରସିଂହ । ଯେଉଁମାନେ ବଲାଙ୍ଗିରରେ ରୁହନ୍ତି ନାହିଁ ସେମାନେ କେମିତି ଜାଣିବେ କ’ଣ ବିକାଶ ହୋଇଛି । ଗତ ୧୦ ବର୍ଷ ଭିତରେ କଣ ବିକାଶ ହୋଉଛି ତାହା ବଲାଙ୍ଗିରବାସୀ ଭଲ ଭାବେ ଜାଣିଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । ସିନେ କଳାକାରଙ୍କ ବିବାଦ ଭିତରେ ବିଧାୟକ ନରସିଂହ ମିଶ୍ର ପ୍ରଥମେ ମନୋଜ ମିଶ୍ରଙ୍କୁ ସମର୍ଥନ କରିଥିଲେ । ଏପରିକି ମନୋଜଙ୍କ ଉପରୁ ବେନ ପ୍ରତ୍ୟାହାର ନହେଲେ, ଓଡିଶା ଦୁଇ ଭାଗ ହୋଇଯିବ ବୋଲି କହିଥିଲେ । ନରସିଂହଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ଜୋର ଧରିଛି ରାଜନୀତି । ଦେଖାଯାଉ ଆଗାମୀ ଦିନରେ ଏହା କି ମୋଡ ନେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ