Masthead

ସ୍ୱାମୀ ଓ ପୁଅଙ୍କ ଆଖି ସାମ୍ନାରେ ଜଳିଯାଇଥିଲେ ପୁଷ୍ପଲତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ୟମାନଙ୍କୁ ବଞ୍ଚାଇ ନିଜେ ଜଳିଗଲେ ପୁଷ୍ପଲତା । ସ୍ୱାମୀ ଓ ପୁଅଙ୍କୁ ସହ କୋଲକାତାରୁ ଘରକୁ ଫେରୁଥିଲେ । ବସରେ ହଠାତ ଲାଗିଥିଲା ନିଆଁ । ପୁଅ, ସ୍ୱାମୀଙ୍କୁ ବାହାରକୁ ପଠାଇ ଦେଇଥିଲେ ପୁଷ୍ପଲତା । ପୁଷ୍ପଲତା କିଛି ବୁଝିବା ପୂର୍ବରୁ ପୁରା ବସରେ ନିଆଁ ଲାଗି ସାରିଥିଲା । ବସ୍ ଦରଜା ବନ୍ଦ ହୋଇଯାଇଥିଲା । ଡ୍ରାଇଭର ମଧ୍ୟ ଡେଇଁ ପଳାଇଲେ । ଆଉ ବସରେ ଏକା ରହିଯାଇଥିଲେ କେନ୍ଦ୍ରାପଡା ଇଚ୍ଛାପୁର ନୀଳାଦ୍ରିପୁର ଗାଁର ପୁଷ୍ପଲତା ଦାସ । ନିଜ ଜୀବନ ବଂଚାଇ ପାରିନଥିଲେ । ନିଆଁର ଆଁରେ ପଡିଯାଇଥିଲେ । ଶୁକ୍ରବାର ସ୍ୱାମୀ ଓ ପୁଅଙ୍କ ସହ କୋଲକାତାରୁ ଘରକୁ ଫେରୁଥିଲେ ।

ମାଧପୁରଠାରେ ହଠାତ ବସରୁ ନିଆଁ ବାହାରିଥିଲା । ପ୍ରବଳ ଧୂଆଁ ବାହାରିଲା। କ’ଣ ହେଇଛି ବୁଝିଲା ବେଳକୁ ଡ୍ରାଇଭର ଡେଇଁ ଫେରାର ହେଇଯାଇଥିଲା। ଆଗ ଗେଟ୍‌ ବନ୍ଦ ହୋଇ ଯାଇଥିଲା। ଯେତେ ଖୋଲିଲେ ବି ଖୋଲି ନଥିଲା। ଆଗପଟୁ ନିଆଁ ହୁତହୁତ ହୋଇ ଜଳିବାରୁ ଲୋକ କାନ୍ଦବୋବାଳି ପକାଇଥିଲେ। ଧୂଆଁ ଭିତରେ କିଛି ଦିଶୁନଥିଲା । ମେନ ଡୋର ନ ଖୋଲିବାରୁ ଯିଏ ଯୁଆଡେ ଝରକା ଭାଙ୍ଗି ଡେଇଁ ପଳାଇଥିଲେ । ପୁଷ୍ପାଲତାଙ୍କ ସହ ଥିଲେ ସ୍ୱାମୀ ରାଜେନ୍ଦ୍ର । ରାଜେନ୍ଦ୍ର ପ୍ରଥମେ ପୁଅକୁ ଝରକା ବାଟେ ବାହାରକୁ ବାହାର କରି ଦେଇଥିଲେ । ନିଜେ ରାଜେନ୍ଦ୍ର ବି ବାହାରକୁ ଚାଲି ଆସିଥିଲେ । କିନ୍ତୁ ପୁଷ୍ପାଲତା ବାହାରକୁ ନ ଆସି ବସ୍ ଭିତରେ ଫଶିଥିବା ଜଣେ ମହିଳା ଏବଂ ବୃଦ୍ଧଙ୍କୁ ବାହାରକୁ ବାହାର କରିଥିଲେ । ହେଲେ ନିଜେ ଆଉ ବାହାରି ପାରିନଥିଲେ । ସ୍ୱାମୀ ଓ ପୁଅଙ୍କ ଆଖି ସାମ୍ନାରେ ଜଳିଯାଇଥିଲେ ପୁଷ୍ପଲତା । ସେହି ସମୟର ଛାତି ଥରା ଦୃଶ୍ୟ ବଖାଣିଛନ୍ତି ସ୍ୱାମୀ ରାଜେନ୍ଦ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା