Masthead

ଟନେଲରେ ଫସିଛନ୍ତି ଶ୍ରମିକ, ରାତି ସାରା ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡର ଉତ୍ତରକାଶୀରେ ବଡ଼ ଧରଣର ଅଘଟଣ । ନିର୍ମାଣଧିନ ଟନେଲ ଭୁଶୁଡ଼ି ପଡିବାରୁ ଟନେଲେ ଫସିରହିଛନ୍ତି ପ୍ରାୟ ୪୦ ଶ୍ରମିକ । NDRF, SDRF, ITBP, BRO ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଫସିରହିଥିବା ଶ୍ରମିକଙ୍କ ପାଖରେ ପ୍ରାୟ ୬୦ ମିଟର ଦୂରରେ ପହଞ୍ଚିଲେଣି ଉଦ୍ଧାରକାରୀ ଟିମ୍ । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି ଫସିରହିଥିବା ଶ୍ରମିକଙ୍କ ପାଖରେ ପ୍ରାୟ ୬୦ ମିଟର ଦୂରରେ ପହଞ୍ଚିଲେଣି ଉଦ୍ଧାରକାରୀ ଟିମ୍ ଗତକାଲି ଉତ୍ତରାଖଣ୍ଡର ଉତ୍ତରକାଶୀରେ ବ୍ରହ୍ମଖାଲ-ୟମୁନୋତ୍ରୀ ଜାତୀୟ ରାଜପଥର ସିଲକୟାରରୁ ଡଣ୍ଡାଲଗାଁ ପର୍ଯ୍ୟନ୍ତ ନବୟୁଗ କମ୍ପେନୀ ନୀର୍ମାଣ କରୁଥିବା ଟନେଲ ଭୁଶୁଡ଼ିଯିବାରୁ ୪୦ ଶ୍ରମିକ ସେଠାରେ ଫସି ରହିଥିଲେ । ଭୂସ୍ଖଳନ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସ୍ଥାନୀୟ ପ୍ରଶାସନ ଅନୁସାରେ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦୁଇରୁ ତିନି ଦିନ ସମୟ ଲାଗିପାରେ । ଉତ୍ତରକାଶୀ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି, ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର ରହିଛି । ଏହାସହ ଟନେଲ ଭିତରକୁ ଏକ ଅକ୍ସିଜେନ ପାଇପ ପକାଯାଇଛି । ଜିଲ୍ଲା ପ୍ରଶାସନ ନେତୃତ୍ବରେ ପୋଲିସ, ଏସଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବାହିନୀ, ୧୦୮ ଜରୁରୀକାଳୀନ ସେବା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେ ଟନେଲର ଭଗ୍ନାବଶେଷ ହଟାଇବା କାମରେ ନିର୍ମାଣକାରୀ ସଂସ୍ଥା NHIDCLର ମେଶିନ ବ୍ୟବହାର କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ