Masthead

ଉତ୍ତରକାଶୀରେ ଟନେଲ ଧସିବା ଘଟଣା, କାଲି ସୁଦ୍ଧା ରେସ୍କ୍ୟୁ !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତରକାଶୀରେ ଟନେଲ ଧସିବା ଘଟଣା ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ୪୦ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । NDRF, SDRF, ITBP ଯବାନଙ୍କ ଦ୍ୱାରା ଅପରେସନ ଜାରି ରଖାଯାଇଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଆଉ ଗୋଟିଏ ଦିନ ଲାଗିପାରେ । ଆଜି ସନ୍ଧ୍ୟା ନଚେତ କାଲି ସକାଳ ସୁଦ୍ଧା ରେସକ୍ୟୁ କରାଯାଇପାରେ । ଏନେଇ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ସଚିବଙ୍କ ସୂଚନା । ‘ସମସ୍ତେ ସୁରକ୍ଷିତ ଅଛନ୍ତି । ଗତକାଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁର୍ଘଟଣାସ୍ଥଳ ବୁଲି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଶ୍ରମିକମାନଙ୍କ ଉଦ୍ଧାର ଲାଗି ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟରେ ପୋଲିସ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀ ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଇଛି। ୨୦ ମିଟରର ସ୍ଲାବକୁ ବାହାର କରାଯାଇଛି । ପାସେଜର ଆଉ ୩୫ ମିଟର ରାସ୍ତା ବାକି ରହିଛି । ଶ୍ରମିକଙ୍କ ନିକଟରେ ମେଡିସିନ, ବିଦ୍ୟୁତ, ଖାଦ୍ୟ, ପାନୀୟ ଓ ଅମ୍ଳଜାନ ସଫଳତାର ସହ ପହଞ୍ଚାଯାଉଛି । ଓ୍ବାଇଫାଇ ଜରିଆରେ ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି । ଟନେଲ ହେଉଥିବା ଅଞ୍ଚଳରେ ଭୂସ୍ଖଳନ ହେବା ଯୋଗୁ ଟନେଲ ଭିତର ଧସିଥିଲା ବୋଲି କୁହାଯାଇଛି ।

ବାରମ୍ବାର ମାଟି ଧସିବା ଯୋଗୁ ଉଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି । ହାଇଡ୍ରୋଲିକ ଜ୍ୟାକ ଜରିଆରେ ୯୦୦ ମିଲିମିଟର ଓସାରର ଏକ ପାଇପକୁ ଟନେଲ ଭିତରକୁ ପଠାଯିବା ପରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆଶା ରଖିଛନ୍ତି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନରେ ଜଳସେଚନ ବିଭାଗ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି । ସିଲ୍କୟାରାରୁ ଗଙ୍ଗୋତ୍ରୀ –ଯମୁନେତ୍ରୀକୁ ସଂଯୋଗ କରୁଥିବା ସାଢେ ଚାରି କିଲୋମିଟରର ଟନେଲର ଆରମ୍ଭରୁ ପ୍ରାୟ ୪୦୦ ମିଟର ବଫର ଜୋନରେ ଫସିଛନ୍ତି । ଟନେଲ୍‌ରେ ଫସିଥିବା ୪୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୫ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ