ସବୁଜ ବଳୟରୁ ‘ଡେଞ୍ଜରଜୋନ’ରେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସବୁଜ ବଳୟରୁ ‘ଡେଞ୍ଜରଜୋନ’ରେ ରାଜଧାନୀ ଭୁବନେଶ୍ୱର । ଦୀପାବଳି ପାଇଁ ୪ଗୁଣା ବଢିଛି ପ୍ରଦୂଷଣ ମାତ୍ରା । ଟ୍ୱିନ୍‌ସିଟି ବର୍ତ୍ତାମାନ ଡେଞ୍ଜରଜୋନରେ । ରାଜଧାନୀରେ ପ୍ରଦୂଷଣ ସ୍ତର ୪ଶହ ଏବଂ କଟକରେ ୩୯୦ ହୋଇଛି । ଦିଲ୍ଲୀ ଇଣ୍ଡେକ୍ସ ସହିତ ସମାନ ହୋଇଛି ଓଡ଼ିଶା । ଶିଶୁ, ବୃଦ୍ଧ ଓ ଶ୍ୱାସରୋଗୀଙ୍କୁ ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦୀପାବଳି ବାଣ ଫୁଟା ପରେ ବାୟୁ ପ୍ରଦୂଷଣ ହାର ୪ଗୁଣା ବଢିଛି । ରାଜଧାନୀ ଭୁବନେଶ୍ୱରରେ ସପ୍ତାହକ ତଳେ ବାୟୁ ଏକ୍ୟୁଆଇ ୯୦ ରୁ ୯୫ ମଧ୍ୟରେ ରହିଥିବା ବେଳେ ଦୀପାବଳିର ରାତିରେ ଏହା ୪୦୦ ପାଖାପାଖି ଛୁଇଁଛି ।

ସପ୍ତାହକ ପୂର୍ବରୁ ଓଡ଼ିଶାରେ ଦିଲ୍ଲୀ ପରିସ୍ଥିତି ହେବା ନେଇ ଯେଉଁ ଅନୁମାନ କରାଯାଇଥିଲା ତାହା ବର୍ତମାନ ହୋଇଛି । ରାଜଧାନୀ ଦିଲ୍ଲୀରେ ଏକାଥରକେ ସବୁଜ ବଳୟରୁ ଡେଞ୍ଜରଜୋନକୁ ଆସିଛି । ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ପରିବେଶବିତ୍ ଉଦବେଗ ପ୍ରକାଶ କରିଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଶିଶୁ, ବୃଦ୍ଧଙ୍କୁ ବିଶେଷ ହାନି ପହଂଚାଇବ ବୋଲି କହିଛନ୍ତି । ରାଜ୍ୟରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଜନସଚେତନତାର ଅଭାବକୁ ଦାୟୀ କରିଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ସ୍ପଷ୍ଟ ନିଦେ୍ର୍ଦଶ ରହିବା ସତ୍ତ୍ୱେ ତାହାକୁ ବାସ୍ତବକ୍ଷେତ୍ରରେ ପ୍ରଶାସନ କାର୍ଯ୍ୟକାରୀ କଲାନାହିଁ । ଲୋକଙ୍କ ସଚେତନତା ଅଭାବରୁ ଯେଉଁ ସମସ୍ୟା ଦେଖାଦେଇଛି ତାହାର ସମାଧାନ ଲାଗି କିଛି ସମୟ ଲାଗିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!