Masthead

ସବୁଜ ବଳୟରୁ ‘ଡେଞ୍ଜରଜୋନ’ରେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସବୁଜ ବଳୟରୁ ‘ଡେଞ୍ଜରଜୋନ’ରେ ରାଜଧାନୀ ଭୁବନେଶ୍ୱର । ଦୀପାବଳି ପାଇଁ ୪ଗୁଣା ବଢିଛି ପ୍ରଦୂଷଣ ମାତ୍ରା । ଟ୍ୱିନ୍‌ସିଟି ବର୍ତ୍ତାମାନ ଡେଞ୍ଜରଜୋନରେ । ରାଜଧାନୀରେ ପ୍ରଦୂଷଣ ସ୍ତର ୪ଶହ ଏବଂ କଟକରେ ୩୯୦ ହୋଇଛି । ଦିଲ୍ଲୀ ଇଣ୍ଡେକ୍ସ ସହିତ ସମାନ ହୋଇଛି ଓଡ଼ିଶା । ଶିଶୁ, ବୃଦ୍ଧ ଓ ଶ୍ୱାସରୋଗୀଙ୍କୁ ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦୀପାବଳି ବାଣ ଫୁଟା ପରେ ବାୟୁ ପ୍ରଦୂଷଣ ହାର ୪ଗୁଣା ବଢିଛି । ରାଜଧାନୀ ଭୁବନେଶ୍ୱରରେ ସପ୍ତାହକ ତଳେ ବାୟୁ ଏକ୍ୟୁଆଇ ୯୦ ରୁ ୯୫ ମଧ୍ୟରେ ରହିଥିବା ବେଳେ ଦୀପାବଳିର ରାତିରେ ଏହା ୪୦୦ ପାଖାପାଖି ଛୁଇଁଛି ।

ସପ୍ତାହକ ପୂର୍ବରୁ ଓଡ଼ିଶାରେ ଦିଲ୍ଲୀ ପରିସ୍ଥିତି ହେବା ନେଇ ଯେଉଁ ଅନୁମାନ କରାଯାଇଥିଲା ତାହା ବର୍ତମାନ ହୋଇଛି । ରାଜଧାନୀ ଦିଲ୍ଲୀରେ ଏକାଥରକେ ସବୁଜ ବଳୟରୁ ଡେଞ୍ଜରଜୋନକୁ ଆସିଛି । ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ପରିବେଶବିତ୍ ଉଦବେଗ ପ୍ରକାଶ କରିଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଶିଶୁ, ବୃଦ୍ଧଙ୍କୁ ବିଶେଷ ହାନି ପହଂଚାଇବ ବୋଲି କହିଛନ୍ତି । ରାଜ୍ୟରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଜନସଚେତନତାର ଅଭାବକୁ ଦାୟୀ କରିଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ସ୍ପଷ୍ଟ ନିଦେ୍ର୍ଦଶ ରହିବା ସତ୍ତ୍ୱେ ତାହାକୁ ବାସ୍ତବକ୍ଷେତ୍ରରେ ପ୍ରଶାସନ କାର୍ଯ୍ୟକାରୀ କଲାନାହିଁ । ଲୋକଙ୍କ ସଚେତନତା ଅଭାବରୁ ଯେଉଁ ସମସ୍ୟା ଦେଖାଦେଇଛି ତାହାର ସମାଧାନ ଲାଗି କିଛି ସମୟ ଲାଗିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ