Masthead

ନା ବିବାଦ ତୁଟିଲା ନା ‘ପ୍ରଥା’ ହଲରେ ପଡ଼ିଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଚର୍ଚ୍ଚିତ ଖବର ଫିଲ୍ମ ବିବାଦ । ଅଭିନେତା ମନୋଜ ମିଶ୍ରଙ୍କୁ ଟୁଟୁ ନାୟକ ସିନେ ଇଣ୍ଡଷ୍ଟ୍ରୀରୁ ୨ ବର୍ଷ ବାସନ୍ଦ ପରେ ଏହା ନେଇଛି ଉଗ୍ରରୂପ । ଟୁଟୁଙ୍କ ଏହି ନିଷ୍ପତ୍ତିକୁ ପଶ୍ଚିମ ଓଡ଼ିଶାରେ ଜୋରଦାର ବିରୋଧ କରାଯାଇଥିବା ବେଳେ ଏବେ ମଧ୍ୟ ତାହା ଥମିନାହିଁ । ଏପରିକି ପଶ୍ଚିମରେ ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରାଯାଉଛି । ଫିଲ୍ମ ହଲରେ ପୋଷ୍ଟର ଚିରାଯାଉଛି । ଓଡ଼ିଆ ଚଳଚ୍ଚିତ୍ର ସହ ଯାତ୍ରାକୁ ମଧ୍ୟ ବିରୋଧ କରୁଛି କୋଶଳ ସେନା । ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ ରିଲିଜ ହେବା ପରେ ଏହି ଆଧାରରେ ଝାରସୁଗୁଡ଼ାରେ ମଧ୍ୟ ଏହାର ପୋଷ୍ଟରକୁ ଚିରାଯାଇଥିଲା । ଏଥିରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ଥିବା ବଡ଼ ଖବର ଷ୍ଟୁଡିଓରେ ଅଭିଯୋଗ ଆଣିଥିଲେ ପ୍ରଯୋଜକ ସନଲିସା ପଟେଲ । ଯାହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ ମନୋଜ । ଡିଷ୍ଟ୍ରିବ୍ୟୁସନ ସିଷ୍ଟମକୁ ନିନ୍ଦା କରିବା ସହ ଆମ ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳ ଲଗାଇବା ପାଇଁ ଡିଷ୍ଟ୍ରିବ୍ୟୁଟର ଜିତୁ ଖଣ୍ଡେଲୱାଲ ଚାହୁଁଛି କହିଥିଲେ ମନୋଜ ।

ଏହି ବିବାଦ ପରେ ସାରା ରାଜ୍ୟର ସିନେମା ହଲରୁ ‘ପ୍ରଥା’ ଚଳଚ୍ଚିତ୍ରକୁ ହଟାଇ ଦେଇଥିଲେ ସନଲିସା । ହେଲେ ବନ୍ଦ ହୋଇଥିବା, ବିରୋଧ କରାଯାଇଥିବା ‘ପ୍ରଥା’ ଫିଲ୍ମକୁ ପୁଣି ଥରେ କେମିତି ଚାଲିବ ସେନେଇ ଉଭୟ ଅଭିନେତା ଓ ପ୍ରଯୋଜକ ବଡ଼ ଖବର ଷ୍ଟୁଡିଓରେ ଆଲୋଚନା କରିଥିଲେ । ମନୋଜ ମିଶ୍ର କହିଥିଲେ ଦୀପାବଳୀରେ ‘ପ୍ରଥା’ ଚାଲିବ । ରାଜ୍ୟର ସବୁ ସିନେମା ହଲରେ ପଡ଼ିବ । ଯାହାକୁ ସମର୍ଥନ କରିଥିଲେ ପ୍ରଯୋଜକ ସନଲିସା ପଟେଲ ।

ସରିଗଲା ଦୀପାବଳି ହେଲେ ସିନେମା ହଲରେ ପଡ଼ିଲାନି ‘ପ୍ରଥା’ । ଆଶା କରାଯାଉଥିଲା ଉଭୟ କଥା ହେଲା ପରେ ଏ ବିବାଦ ତୁଟିଯିବ । ହେଲେ ତାହା ହେଲା ନାହିଁ । ମନୋଜଙ୍କ କଥାକୁ ସମର୍ଥନ କରିଥିବା ସନଲିସା ପୁଣି ଥରେ ବାହାରିଲେ, ବିଭିନ୍ନ ଗଣମାଧ୍ୟମରେ ବର୍ଷିଲେ । ଏପରିକି ମହିଳା କମିଶନଙ୍କୁ ମଧ୍ୟ ଭେଟିବା ସହ ଏନେଇ ନ୍ୟାୟ ଭିକ୍ଷା କରିଥିଲେ । ବିଭାଗୀୟ ସଚିବଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ଫିଲ୍ମକୁ ନ୍ୟାୟ ନ ମିଳିଲେ ବିଧାନସଭା ସମ୍ମୁଖରେ ଧାରଣା ଦେବି ବୋଲି ଚେତାବନୀ ଦେଇଛନ୍ତି ସନଲିସା । ସେ ଯାହା ହେଉନା କାହିଁକି ଓଡ଼ିଆ ସିନେମା ଚାଲିବା ଦରାକର ଓ ଫିଲ୍ମ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ