Masthead

ଖାଇବା ତେଲରେ ମହା ଠକେଇ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଖାଇବା ତେଲରେ ମହା ଠକେଇ । ୯୧୦ଗ୍ରାମ ବଦଳରେ ମିଳୁଛି ୮୫୦ଗ୍ରାମରୁ ବି କମ ତେଲ । ଚିନ୍ତା ପ୍ରକଟ କଲା ଓଡ଼ିଶା ବ୍ୟବସାୟୀ ମହାସଂଘ । ଖାଇବା ତେଲ ପାଉଚ୍ କିଣିବା ବେଳେ ଗ୍ରାହକମାନେ ଯେମିତି ଟଙ୍କା ଗଣୁଛନ୍ତି ତାଙ୍କୁ ସେତିକି ତେଲ ମିଳୁ ନାହିଁ । ଏକ ଲିଟର ପାଉଚର ଓଜନ ୯୧୦ ଗ୍ରାମ ରହିବା କଥା । ମାତ୍ର ରାଜ୍ୟରେ ବିକ୍ରି ହେଉଥିବା କେତେକ ଖାଇବା ତେଲ ପାଉଚର ଓଜନ ୮୫୦ ଗ୍ରାମରୁ ବି କମ୍ ରହୁଛି ।

ଏହାକୁ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ଚିନ୍ତା ପ୍ରକଟ କରିଛି । ଏହି ଠକେଇ ବିରୋଧରେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଛି ସଂଘ । କମ ଓଜନର ତେଲ ବିକ୍ରି କରୁଥିବା କମ୍ପାନିଙ୍କ ବିରୋଧରେ ଭୁବନେଶ୍ୱର ଖାଉଟି ଅଦାଲତରେ ମାମଲା ରୁଜୁ କରାଯାଇଛି । ଏହି କମ୍ପାନି ମାନଙ୍କ ବିରୋଧରେ ଆସନ୍ତା ୨୩ ଦିନ ମଧ୍ୟରେ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ କରାଯିବ ବୋଲି କହିଛି ବ୍ୟବସାୟୀ ମହାସଂଘ ।

ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି ସର୍ବଭାରତୀୟ ସ୍ତରରେ ଖାଇବା ତେଲକୁ ନେଇ ଏକ ନିର୍ଦ୍ଧିଷ୍ଟ ମାନକ ଧାର୍ଯ୍ୟ କରିବା ଲାଗି କୋର୍ଟଙ୍କୁ ନିବେଦନ କରାଯାଇଛି । ଯେଉଁ ଖାଇବା ତେଲ ପାଉଚ ଗୁଡିକର ଓଜନ ୮୫୦ ଗ୍ରାମରୁ କମ୍ ସେଗୁଡିକୁ ନ ନେବା ପାଇଁ ଡିଲରମାନଙ୍କୁ ମହାସଂଘ ପକ୍ଷରୁ ଆହ୍ୱାନ ଦିଆଯାିଛି । ବିଶେଷ କରି ପାମୋଳିନ ତେଲର ଓଜନରେ ଅଧିକ ତାରତମ୍ୟ ରହୁଥିବା ଜଣାପଡ଼ିଛି । ପାଉଚରେ ୮୭୦ ଗ୍ରାମ ଲେଖା ହୋଇଥିବା ତେଲ କିଣିବା ଲାଗି ମହାସଂଘ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ