Masthead

ଖୋର୍ଦ୍ଧା ଜିଲ୍ଲାରେ ଅଜବ ନୀତି, ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ମିଳୁଥିଲା ଭତ୍ତା

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲାରେ ଅଜବ ନୀତି । ମୃତକଙ୍କୁ ଦିଆଯାଉଛି ଭତ୍ତା, ମାନିଛନ୍ତି ସରକାର । ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ମିଳୁଥିଲା ଟଙ୍କା । ଖାଲି ଯେ ମୃତକଙ୍କୁ ଭତ୍ତା ମିଳୁଛି ତାହା ନୁହେଁ ବରଂ ଖାଲି ପଡ଼ିଥିବା ଜାଗାରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରୁନାହାନ୍ତି । ଯାହାକୁ ନେଇ ଜିଲ୍ଲାପାଳଙ୍କୁ ତାଗିତ୍ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ତୁରନ୍ତ ଏହାର ସମୀକ୍ଷା କରି ଯୋଗ୍ୟ ଲୋକଙ୍କୁ ଭତ୍ତା ପ୍ରଦାନ କରିବାକୁ କହିଛନ୍ତି ବିଷ୍ଣୁପଦ । ଯୋଗ୍ୟ ହିତାଧିକାରୀଙ୍କ ପାଖରେ କେମିତି ମଧୁବାବୁ ପେନସନ ଟଙ୍କା ପହଂଚିବ ତାହା ଜିଲ୍ଲା ଓ ପୌର ପ୍ରଶାସନର ଦାୟିତ୍ୱ । କିନ୍ତୁ ଖୋର୍ଦ୍ଧାରେ ଏହାର ବିପରିତ ଚିତ୍ର ଦେଖିବାକୁ ମିଳିଛି । ପେନସନକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ ନ ଥିବା ଜଳଜଳ ହୋଇ ଦେଖାଦେଇଛି । ଖୋର୍ଦ୍ଧା ଜିଲ୍ଲାରେ ମଧୁବାବୁ ପେନସନ୍ ଯୋଜନାରେ ୧୨ହଜାର ୪୦୫ ଓ ଜାତୀୟ ନିରାପତ୍ତା ସହାୟତା ପେନସନରେ ୬ହଜାର ୬୧୪ଟି ଖାଲି ପଡ଼ିଛି ।

ଖାଲି ସେତିକି ନୁହେଁ ଜାତୀୟ ପେନସନ ଯୋଜନାରେ ୪୧,୦୪୬ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଅର୍ଥରାଶି ପ୍ରଦାନ କରାଯାଇ ପାରୁନାହିଁ । ଏଭଳି କାହିଁକି ହେଲା ତାହାର କାରଣ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ସରକାରଙ୍କୁ ଅବଗତ କରାଇନାହାନ୍ତି । ଗୋଟିଏ ପଟେ ଏତେ ସଂଖ୍ୟାରେ ଖାଲିପଡ଼ିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନରେ ସାମିଲ କରାଯାଇପାରୁନାହିଁ । ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ନିରାପତ୍ତା ସହାୟତା ପେନସନ ଯୋଜନାରେ ୭୪ହଜାର ୧୩୬ ଜଣ ପୋର୍ଟାଲରେ ପଞ୍ଜୀକୃତ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ୭୩ହଜାର ୭୬୧ଙ୍କ ଆକାଉଣ୍ଟକୁ ଅର୍ଥରାଶି ଡିବିଟି ହୋଇପାରୁଛି । ୪୭୫ ହତାଧିକାରୀଙ୍କ ଖାତାକୁ ଅର୍ଥରାଶି କାହିଁକି ସିଧାସଳଖ ଯାଇ ପାରୁନାହିଁ ସେନେଇ ସରକାରଙ୍କ ପାଖରେ ମଧ୍ୟ ଖବର ନାହିଁ । ଯେଉଁ ବ୍ୟକ୍ତି ମାନଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ନାଁକୁ କାଟିବା କଥା, ନୂଆ ହିତାଧିକାରୀଙ୍କୁ ଯୋଡ଼ିବା କଥା ହେଲେ ତାହା ମଧ୍ୟ ହୋଇନାହିଁ । ଅକ୍ଟୋବର ମାସର ସମୀକ୍ଷା ବେଳେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବାକୁ ତାଗିତ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର