Masthead

ପୂର୍ତ୍ତ ବିଭାଗ ଜାଗରେ ନିର୍ମାଣ କରୁଛି ଗ୍ରାମ ପଞ୍ଚାୟତ ବିଭାଗ

ବିଂଝାରପୁର (ବଡ଼ ଖବର ବ୍ୟୁରୋ): ବେଆଇନ ଭାବରେ ଚାଲିଛି ଯାତ୍ରୀ ବିଶ୍ରାମଗାର । ପୂର୍ତ୍ତ ବିଭାଗ ଜାଗରେ ନିର୍ମାଣ କରୁଛି ଗ୍ରାମ ପଞ୍ଚାୟତ ବିଭାଗ । ଏହାକୁ ନେଇ ଦେଖିବାକୁ ମିଳିଛି ପ୍ରବଳ ଅସନ୍ତୋଷ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ଅନ୍ତର୍ଗତ ରଣପୁର ପଞ୍ଚାୟତ ଅଧୀନସ୍ଥ ନିର୍ମାଣ ହେଉଥିବା ଯାତ୍ରୀ ବିଶ୍ରାମଗାର । ଏହି ଜାଗା ହେଉଛି ବିଂଝାରପୁର ପୂର୍ତ୍ତ ବିଭାଗର କିନ୍ତୁ ରଣପୁର ପଞ୍ଚାୟତ କାହାଠୁ କୌଣସି ଅନୁମତି ନ ନେଇ ମନମୁଖୀ ନିର୍ମାଣ କାର୍ଯ୍ୟ ଜାରିରଖିଛି । ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟ ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହୁନାହାନ୍ତି ଯାହାର ଫଳରେ ନିମ୍ନମାନର କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଏହା ଛଡା ସେଠାରେ ମଦ୍ୟପମାନଙ୍କ ଆଡ଼ାସ୍ଥଳୀ ହୋଇଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚି ମଧ୍ୟ ସୃଷ୍ଟି ହେଉଛି । ଏ ନେଇ ସ୍ଥାନୀୟ ଅଂଚଳବାସୀମାନେ ବିଂଝାରପୁର ଗୋଷ୍ଠୀ ଉନୟନ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ତେଣୁ ଲୋକମାନଙ୍କ ଦାବି ଅନୁଯାୟୀ ଏହାର ତଦନ୍ତ କରି ଯଥାଶୀଘ୍ର ଏ କାର୍ଯ୍ୟକୁ ବନ୍ଦ କରାଯାଉ ବୋଲି ଦାବିପତ୍ର ପ୍ରଦାନ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼