Masthead

ଖାଉଟି ସାମଗ୍ରୀ ମହଙ୍ଗାରେ ଓଡ଼ିଶା ନମ୍ବର ୱାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତ ୬ ମାସ ଧରି ଓଡ଼ିଶାର ମୁଦ୍ରାସ୍ଫତୀ ହାର ସୁବଠୁ ଆଗରେ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି । କେନ୍ଦ୍ରର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜାତୀୟ ଗଣମାଧ୍ୟମରେ ପୁଣି ଥରେ ଓଡ଼ିଶା ଚର୍ଚ୍ଚାକୁ ଆସିଛି । ଦେଶର ବଡ଼ ରାଜ୍ୟଗୁଡ଼ିକର ମାସିକିଆ ମୁଦ୍ରାସ୍ଫୀତି ବା ସାମଗ୍ରୀ ମହଙ୍ଗା ହାରକୁ ତୁଳନା କଲେ, ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ସବୁଠାରୁ ଉପରେ ରହିଥିବା ନେଇ ରିପୋର୍ଟରେ କୁହାଯାଇଛି। ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ମାର୍ଚ୍ଚ ମାସ ସର୍ଭେରେ ସର୍ବାଧିକ ୭.୦୫ ପ୍ରତିଶତ ରହିଥିବାବେଳେ, ଦିଲ୍ଲୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ମାତ୍ର ୨.୩ ପ୍ରତିଶତ ରହିଛି।

ଏସବୁ ଭିତରେ ପନିପରିବା, ଡାଲି, ଚିନି, ଅଣ୍ଡା ଓ ମସଲା ଆଦି ଖାଦ୍ୟ ସାମଗ୍ରୀର ଦର ଅଧିକ ରହୁଥିବା ଦେଖାଯାଉଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗତ ୬ ମାସର ମାସିକ ଖୁଚୁରା ରିପୋର୍ଟ ଦେଖିଲେ, ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ବା ସାମଗ୍ରୀଗୁଡ଼ିକ ମହଙ୍ଗା ରହିବାର ଧାରା ସବୁବେଳେ ୧ ନମ୍ବର ରହୁଛି। ଏହି ସର୍ଭେ ପାଇଁ ଦେଶର ପ୍ରାୟ ୨ ହଜାରରୁ ଅଧିକ ସହର ବଜାର ଓ ଗାଁରୁ ତଥ୍ୟ ସଂଗ୍ରହ କରଯାଇଥିଲା । ଯେଉଁଥିରୁ ଜଣାପଡ଼ିଥିଲା ଅଧିକାଂଶ ଖାଉଟି ସାମଗ୍ରୀ ଦର ଓଡ଼ିଶାରେ ଖୁବ୍‌ ଅଧିକ । ଆଉ ଏହାର ମୁଖ୍ୟ କାରଣ ହେଉଛି, ଓଡ଼ିଶା ପ୍ରତ୍ୟେକ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି