Masthead

ରାଜ୍ୟରେ କାଟ୍ ଖାଇବ ପିଏମ ଶ୍ରୀସ୍କୁଲ ଯୋଜନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରଥମେ ସ୍ୱାସ୍ଥ୍ୟ, ଏବେ ଶିକ୍ଷା । କେନ୍ଦ୍ରର ଯୋଜନାକୁ ଲାଗୁ କରିବାକୁ ଦେଉନାହାନ୍ତି ରାଜ୍ୟ ସରକାର । ପିଏମ୍ ଶ୍ରୀସ୍କୁଲ ଯୋଜନାକୁ ଲାଗୁ କରାଇ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ଓଡ଼ିଶାରେ ଆୟୁଷ୍ମାନ ଭାରତ ଦଶା ଭୋଗିବ ପିଏମ ଶ୍ରୀସ୍କୁଲ । ମୋଦି ସରକାରଙ୍କ ଠାରୁ କୌଣସି ଦାବି ହାସଲ କରିବା ପାଇଁ ତତ୍ପର ନୁହଁନ୍ତି ନବୀନ ସରକାର । ମୋଦି ସରକାରଙ୍କ ୨ଟି ଫ୍ଲଗସିପ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ମଧ୍ୟ ଗ୍ରହଣ କରିନାହାନ୍ତି ମୁଖ୍ୟମନ୍ତ୍ରୀ । ଏବେ ଆୟୁଷ୍ମାନ ଯୋଜନା ଭଳି ପିଏମ ଶ୍ରୀସ୍କୁଲ ଯୋଜନାକୁ ମଧ୍ୟ ରାଜ୍ୟରେ ଲାଗୁ କରିବାକୁ ମନା କରି ଦେଇଛନ୍ତି ସରକାର ।

ତେବେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ଚିଠି ଲେଖିଛନ୍ତି । ଭାରତ ସରକାରଙ୍କ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଆଉ ବିଳମ୍ବ ନକରି ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ପ୍ରାୟ ସବୁ ରାଜ୍ୟରେ ପିଏମ ଶ୍ରୀସ୍କୁଲ ଯୋଜନା ଲାଗୁ କରି ସାରିଲେଣି । କିନ୍ତୁ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କେନ୍ଦ୍ର ଯୋଜନାରୁ ଫାଇଦା ନେବାକୁ ଆଗ୍ରହୀ ନୁହଁନ୍ତି ନବୀନ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଳରେ ନବୀନ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେଲେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ମଧ୍ୟ ଖାତିର କଲେ ନାହିଁ । ସେହିପରି ପିଏମ ଶ୍ରୀସ୍କୁଲ ଯୋଜନା ମଧ୍ୟ ଓଡ଼ିଶାରେ ଲାଗୁ ହେଲା ଭଳି ମନେ ହେଉନାହିଁ । କେନ୍ଦ୍ର ସରକାରଙ୍କ ସହିତ ଏକ ଅଜବ ସମ୍ପର୍କରେ ଅଛନ୍ତି ନବୀନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ