Masthead

ଶୋଷ ମେଣ୍ଟାଉଛି କେନାଲ ପାଣି

ରଣପୁର, (ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ସରକାର ମାଳ ମାଳ ଯୋଜନା କରିଛନ୍ତି । ବାସ୍ତବରେ ଏସବୁ ଭିଡ଼କୁ ନୁହେଁ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ସାନଚାକୁଣ୍ଡାଝର ଗାଁରେ ଦେଖିବାକୁ ମିଳିଛି ଏହାର ନଗ୍ନଚିତ୍ର । ଗାଁରେ ପାନୀୟ ଜଳ ସଙ୍କଟ ଲାଗିରହିଛି । ଲୋକେ ଗାଁରୁ ୧କିଲୋମିଟର ବାଟ ଯାଇ କେନାଲରୁ ପାଣି ଆଣୁଛନ୍ତି । ସ୍ତ୍ରୀଲୋକମାନେ ଏତେ ଦୂର ପାଣି ପାଇଁ ଯିବା ସମ୍ଭବ ହେଉ ନାହିଁ । ସାନଚାକୁଣ୍ଡାଝର ଗାଁରେ ଗୋଟିଏ ହେଲେ ବି କୂଅ ନାହିଁ । ଗାଁରେ ଥିବା ନଳକୂଅ ଦୀର୍ଘବର୍ଷ ହେବ ଅଚଳ ହୋଇ ପଡ଼ିରହିଛି । ଲୋକେ ପାଣି ମୁନ୍ଦାଏ ପାଇଁ ନାହିଁ ନ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନାଲରେ ଆସୁଥିବା ମଇଳା ପାଣି ସେମାନଙ୍କ ଶେଷ ବିକଳ୍ପ ପାଲଟିଛି । ଏନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଫଳାଫଳ ଶୂନ । ନଳକୂଅ ମରାମତି କରିବା ସହ ପାଣିଟାଙ୍କି କରାଗଲେ ସମସ୍ୟାର ସମାଧାନ ହୋଇଯାଆନ୍ତା ବୋଲି  ‘ବଡ଼ ଖବର’ ମାଧ୍ୟମରେ ଜଣାଇଛନ୍ତି ସାନଚାକୁଣ୍ଡଝର ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ