Masthead

ଶୋଷ ମେଣ୍ଟାଉଛି କେନାଲ ପାଣି

ରଣପୁର, (ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ସରକାର ମାଳ ମାଳ ଯୋଜନା କରିଛନ୍ତି । ବାସ୍ତବରେ ଏସବୁ ଭିଡ଼କୁ ନୁହେଁ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ସାନଚାକୁଣ୍ଡାଝର ଗାଁରେ ଦେଖିବାକୁ ମିଳିଛି ଏହାର ନଗ୍ନଚିତ୍ର । ଗାଁରେ ପାନୀୟ ଜଳ ସଙ୍କଟ ଲାଗିରହିଛି । ଲୋକେ ଗାଁରୁ ୧କିଲୋମିଟର ବାଟ ଯାଇ କେନାଲରୁ ପାଣି ଆଣୁଛନ୍ତି । ସ୍ତ୍ରୀଲୋକମାନେ ଏତେ ଦୂର ପାଣି ପାଇଁ ଯିବା ସମ୍ଭବ ହେଉ ନାହିଁ । ସାନଚାକୁଣ୍ଡାଝର ଗାଁରେ ଗୋଟିଏ ହେଲେ ବି କୂଅ ନାହିଁ । ଗାଁରେ ଥିବା ନଳକୂଅ ଦୀର୍ଘବର୍ଷ ହେବ ଅଚଳ ହୋଇ ପଡ଼ିରହିଛି । ଲୋକେ ପାଣି ମୁନ୍ଦାଏ ପାଇଁ ନାହିଁ ନ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନାଲରେ ଆସୁଥିବା ମଇଳା ପାଣି ସେମାନଙ୍କ ଶେଷ ବିକଳ୍ପ ପାଲଟିଛି । ଏନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଫଳାଫଳ ଶୂନ । ନଳକୂଅ ମରାମତି କରିବା ସହ ପାଣିଟାଙ୍କି କରାଗଲେ ସମସ୍ୟାର ସମାଧାନ ହୋଇଯାଆନ୍ତା ବୋଲି  ‘ବଡ଼ ଖବର’ ମାଧ୍ୟମରେ ଜଣାଇଛନ୍ତି ସାନଚାକୁଣ୍ଡଝର ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା