Masthead

ପିଇବାକୁ ପାଣି ମିଳୁନି

କଣ୍ଟାମାଳ (ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା ବଘିଆପଡାରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପାନୀୟଜଳ ଯୋଗାଣ ପ୍ରକଳ୍ପ । ପ୍ରକଳ୍ପ କାମ ସରିଲେ ବଘିଆପଡା ଗାଁରେ ଜଳ ସଙ୍କଟ ରହିବ ନାହିଁ ବୋଲି ଆଶା ରଖିଥିଲେ ଗ୍ରାମବାସୀ । ମାତ୍ର ଫଳ ଓଲଟା ହୋଇଛି । ପରିଚାଳନାଗତ ତ୍ରୁଟି ଓ ପଂଚାୟତ କର୍ତ୍ତୃପକ୍ଷ ନିଜ ମୁଣ୍ଡକୁ ଦାୟିତ୍ୱ ନେବାକୁ ଚାହୁଁ ନଥିବାରୁ ଲୋକେ ନିୟମିତ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦିନଠାରୁ କେବେ ମଧ୍ୟ ଗୋଟିଏ ମାସ ନିୟମିତ ଜଳ ଯୋଗାଣ ସମ୍ଭବ ହୋଇ ପାରୁନଥିବା ଗ୍ରାମବାସୀ କହିଛନ୍ତି । ବର୍ତ୍ତମାନ ପ୍ରାୟ ଦୁଇମାସ ଧରି ଜଳ ଯୋଗାଣ ବନ୍ଦ ରହିଛି । ଘରକୁ ପାଣି ପାଇପ୍ ସଂଯୋଗ ନେଇଥିବା ପରିବାରଗୁଡିକ ନିୟମିତ ଦେୟ କମିଟି ଜରିଆରେ ଗ୍ରାମ ପଞ୍ଚାୟତରେ ଟଙ୍କା ଦେଉଥିବା ବେଳେ ପାଣିବୁନ୍ଦେ ମିଳୁନଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ବିଦ୍ୟୁତ୍ ଚାଳିତ ମୋଟର ଖରାପଥିବା ଓ ଲୋକେ ମାସିକ ବିଲ୍ ବାନ୍ଧୁ ନଥିବା ଯୋଗୁଁ ମରାମତି ହେଉନଥିବା ପଞ୍ଚାୟତ କର୍ତ୍ତୃପକ୍ଷ କହିଛନ୍ତି । ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରୁଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁନଥିବା ସାଧାରଣରେ କୁହାଯାଉଛି । ଏ ଦିଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!