Masthead

ପିଇବାକୁ ପାଣି ମିଳୁନି

କଣ୍ଟାମାଳ (ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା ବଘିଆପଡାରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପାନୀୟଜଳ ଯୋଗାଣ ପ୍ରକଳ୍ପ । ପ୍ରକଳ୍ପ କାମ ସରିଲେ ବଘିଆପଡା ଗାଁରେ ଜଳ ସଙ୍କଟ ରହିବ ନାହିଁ ବୋଲି ଆଶା ରଖିଥିଲେ ଗ୍ରାମବାସୀ । ମାତ୍ର ଫଳ ଓଲଟା ହୋଇଛି । ପରିଚାଳନାଗତ ତ୍ରୁଟି ଓ ପଂଚାୟତ କର୍ତ୍ତୃପକ୍ଷ ନିଜ ମୁଣ୍ଡକୁ ଦାୟିତ୍ୱ ନେବାକୁ ଚାହୁଁ ନଥିବାରୁ ଲୋକେ ନିୟମିତ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦିନଠାରୁ କେବେ ମଧ୍ୟ ଗୋଟିଏ ମାସ ନିୟମିତ ଜଳ ଯୋଗାଣ ସମ୍ଭବ ହୋଇ ପାରୁନଥିବା ଗ୍ରାମବାସୀ କହିଛନ୍ତି । ବର୍ତ୍ତମାନ ପ୍ରାୟ ଦୁଇମାସ ଧରି ଜଳ ଯୋଗାଣ ବନ୍ଦ ରହିଛି । ଘରକୁ ପାଣି ପାଇପ୍ ସଂଯୋଗ ନେଇଥିବା ପରିବାରଗୁଡିକ ନିୟମିତ ଦେୟ କମିଟି ଜରିଆରେ ଗ୍ରାମ ପଞ୍ଚାୟତରେ ଟଙ୍କା ଦେଉଥିବା ବେଳେ ପାଣିବୁନ୍ଦେ ମିଳୁନଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ବିଦ୍ୟୁତ୍ ଚାଳିତ ମୋଟର ଖରାପଥିବା ଓ ଲୋକେ ମାସିକ ବିଲ୍ ବାନ୍ଧୁ ନଥିବା ଯୋଗୁଁ ମରାମତି ହେଉନଥିବା ପଞ୍ଚାୟତ କର୍ତ୍ତୃପକ୍ଷ କହିଛନ୍ତି । ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରୁଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁନଥିବା ସାଧାରଣରେ କୁହାଯାଉଛି । ଏ ଦିଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ