Masthead

ଟଙ୍କା ଦେଇପାରିଲେନି ବୋଲି ସରକାରଙ୍କ ସମ୍ପତ୍ତି ନିଲାମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଠିକାଦାରଙ୍କ ଟଙ୍କା ଦେଇପାରିଲେନି ସରକାର । ନିଲାମ ହେଲା ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ୟ୍ୟାଳୟର ଆସବାବପତ୍ର । ୧୮ ଲକ୍ଷ ଟଙ୍କା ଦେଇପାରିଲେନି ସରକାର । ନିଲାମ ହେଲା ସରକାରଙ୍କ ସମ୍ପତ୍ତି । ଭୁବନେଶ୍ୱର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଲାମ ପ୍ରକ୍ରିୟା ଚାଲିଛି । କାର୍ଯ୍ୟାଳୟରୁ ଆସବାବପତ୍ର ଟେକି ନେଇଛନ୍ତି କୋର୍ଟ କର୍ମଚାରୀ । କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକ ସରକାରଙ୍କଠାରୁ ୧୮ଲକ୍ଷ ଟଙ୍କା ପାଇବାର ଅଛି । କିନ୍ତୁ ନିର୍ଦ୍ଧାରିତ ସମୟରେ ଟଙ୍କା ନପାଇବାରୁ ସେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସେହି ମାମଲାର ଶୁଣାଣି କରି ସମ୍ପତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟଯନ୍ତ୍ରୀ । ହେଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ପୈଠ କରିନଥିଲେ କୋଠାବାଡି ମୁଖ୍ୟଯନ୍ତ୍ରୀ । ତେଣୁ କାର୍ଯ୍ୟାଳୟରେ ପହଂଚି ଜିନିଷ ପତ୍ର ଉଠାଇ ନେଇଥିଲେ କୋର୍ଟ କର୍ମଚାରୀ । ତେବେ ପଇସା ପୈଠ କରିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ନିଲାମ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି