Masthead

ଆରପାରିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ପୁରୁଖା କର୍ମଚାରୀ ରାଧାମୋହନ ସ୍ୱାଇଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ଭବନର ରାଧା ଭାଇ ଆଉ ନାହାନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ଜଣେ ପୁରୁଖା କର୍ମଚାରୀ ରାଧା । କଂଗ୍ରେସ ଭବନର ସବୁ ଲୋକଙ୍କ ସାଙ୍ଗେ ସେ ପରିଚିତ । ପିସିସି ସଭାପତି କୁହନ୍ତୁ ବା ଯେତେ ବଡ଼ ବଡ଼ ନେତା କଥା କୁହନ୍ତୁ ସମସ୍ତେ ରାଧା ଭାଇଙ୍କୁ ଜାଣନ୍ତି । ଏହା ସହିତ କଂଗ୍ରସ ଭବନକୁ ଯେଉଁ ସବୁ କର୍ମୀ ଆସନ୍ତି ତାଙ୍କ ଦଳର ରାଜ୍ୟ ଓ ରାଜ୍ୟର ବିଭିନ୍ନ ଆଡୁ, ବିଭିନ୍ନ ଗଣମାଧ୍ୟମ କର୍ମଚାରୀ ସମସ୍ତଙ୍କ ପରିଚିତ ରାଧାବାବୁଙ୍କ ସହିତ । ରାଧାବାବୁ କଂଗ୍ରେସ ଭବନର କେୟାର ଟେକରର ଭୂମିକା ନିର୍ବାହ କରୁଥିଲେ ।

କଂଗ୍ରେସ ଭବନର ଟିକିନିଖି ସବୁ କଥା ସେ ବୁଝୁଥିଲେ । ଦୀର୍ଘ ବର୍ଷ ଧରି ଓଡ଼ିଶା କଂଗ୍ରେସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । କିନ୍ତୁ ଗତକାଲି  ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ତାଙ୍କ ବିୟୋଗରେ ପସିସି ସଭାପତିଙ୍କ ସହିତ ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ଶେକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ଜଣେ ପୁରୁଖା ଦାୟିତ୍ୱବାନ ଏବଂ କର୍ତ୍ତବ୍ୟ ନିଷ୍ଟ କର୍ମଚାରୀ ଥିଲେ ସମସ୍ତଙ୍କର ପ୍ରିୟ ରାଧାମୋହନ ସ୍ୱାଇଁ (ରାଧା ବାବୁ) ।

ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ। କଂଗ୍ରେସ ପ୍ରତି ତାଙ୍କର ସମର୍ପଣ ଭାବ ଓ ସ୍ନେହୀ ସ୍ଵଭାବ ପାଇଁ ସେ ସବୁବେଳେ ମନେରହିବେ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ