Masthead

ଯଦି ଆଦିବାସୀଙ୍କ ପ୍ରତି ଦରଦ ଅଛି ପେସା ଆଇନ ଆଣି ଲାଗୁ କରନ୍ତୁ: ତାରା ବାହିନୀପତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା । କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଆଦିବାସୀ ମାରଣ ନୀତି । ଆଦିବାସୀଙ୍କ ଜମି ବନ୍ଧକ ରଖି ଋଣ ଆଣିବା ନିଷ୍ପତ୍ତିକୁ କଂଗ୍ରେସ ସ୍ବାଗତ କରୁଛି । କିନ୍ତୁ ବିକ୍ରି କରିବା ପାଇଁ ହୋଇଥିବା ନିଷ୍ପତିକୁ ବିରୋଧ କରୁଛି ଦଳ । ଆଦିବାସୀଙ୍କ ଜମି କିଣିବା ପାଇଁ ଆନ୍ଧ୍ରରୁ ଦଲାଲମାନେ ଆସୁଛନ୍ତି । ଶହ ଶହ ଏକର ଜମି କୋରାପୁଟ ଜିଲ୍ଲାରେ ମାଡ଼ି ବସିଛନ୍ତି । ଏହାକୁ କଂଗ୍ରେସ ବିରୋଧ କରୁଛି । କେନ୍ଦ୍ର ସରକାର କଂଗ୍ରେସ ଶାସନ ସମୟରେ ପେସା ଆଇନ ପ୍ରଣୟନ କରିଥିଲେ ।

କିନ୍ତୁ ଓଡ଼ିଶା ସରକାର ପେସା ଆଇନ ଲାଗୁ କରୁନାହାନ୍ତି । ଯଦି ଆଦିବାସୀଙ୍କ ପାଇଁ ଦରଦ ଅଛି ତେବେ ପେସା ଆଇନ ଲାଗୁ କରନ୍ତୁ ରାଜ୍ୟ ସରକାର । ଓଡ଼ିଶାରେ ଆଦିବାସୀ ପୁଅ କିମ୍ବା ଝିଅଙ୍କୁ ବ୍ୟାଙ୍କ ଋଣ ଦେଉନାହିଁ । ତୁରନ୍ତ ପେସା ଆଇନ ଲାଗୁ କରିବା ପାଇଁ ଦାବି କରିଛି କଂଗ୍ରେସ । ଆଦିବାସୀ ଜମି ପ୍ରସଙ୍ଗକୁ ଘଣ୍ଟ ଘୋଡାଇବା ପାଇଁ ଜଣେ ଆଦିବାସୀ ବିଧାୟକଙ୍କୁ ଉପବାଚସ୍ପତି କରିଛି ବିଜେଡ଼ି ସରକାର । କଂଗ୍ରେସ ଆଦିବାସୀ ଉପବାଚସ୍ପତିଙ୍କୁ ସ୍ବାଗତ କରୁଛି । ଭୋଟ ପାଇଁ ରାଜ୍ୟ ସରକାର ସବୁ କରନ୍ତି । ଲୋକ ବୁଝି ସାରିଲେଣି ଏ ସରକାର ଆଉ ଚାଲିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍