ଦୁର୍ନୀତିର ପିଛା ଛାଡ଼ୁନି ଆଇଟିଡିଏ କାର୍ଯ୍ୟାଳୟ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ଦୁର୍ନୀତିର ପିଛା ଛାଡ଼ୁନି ବାରିପଦା ଆଇଟିଡିଏ କାର୍ଯ୍ୟାଳୟ । ଯାହାର ଏକ ଜ୍ୱଳନ୍ତ ଉଦାହରଣ କାର୍ଯ୍ୟାଳୟ ଭିତରେ ଦେଖିବାକୁ ମିଳିଛି। କାମ କରି ଠିକାଦାର କାମ ପଇସା ମାଗିବାରୁ ଶିଶୁପାଳ ହେବାକୁ ପଡିଛି। କେବଳ ସେତିକି ନୁହଁ ଜେଲ ମଧ୍ୟ ଯିବାକୁ ପଡିଲା। ସେ ବି ଗୋଟେ ଅଧେ ଟଙ୍କା ନୁହଁ ପୁରା ଚାରି ଲକ୍ଷ ୮୦ ହଜାର ଟଙ୍କା ।

ଏମିତି ଘଟଣା କାର୍ଯ୍ୟାଳୟରେ ନୂଆ କଥା ନୁହଁ, ଆଗରୁ ମଧ୍ୟ ଏଭଳି ସମାନ ଘଟଣାକୁ ନେଇ ଠିକାଦାର ଥାନାରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ କରିଥିଲେ। ଘଟଣାରୁ ଜଣାପଡିଥିଲା ସମ୍ପୃକ୍ତ ଜେଇ ପ୍ରକଳ୍ପ କାମ ସରିବା ପରେ ଠିକାଦାରଙ୍କ ନାମରେ ଜାଲ ଦସ୍ତଖତ କରି ଟଙ୍କା ହଡପ କରିବାରେ ସକ୍ଷମ ହୋଇଥିଲେ।

ଏ ବିଷୟରେ ପ୍ରକଳ୍ପ ଅଧିକାରୀ ସବୁ ଜାଣିଶୁଣି ଚୁପ ବସିବା ସହ ଅପରାଧୀଙ୍କୁ କାହିଁକି ଘଣ୍ଟ ଘଡାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପୃକ୍ତ ଜେଇ ବାରିପଦା କାର୍ୟ୍ୟାଳୟରେ ଆଠ ବର୍ଷରୁ ଉର୍ଦ୍ଧ ହେବ ଚାକିରି କଲେଣି। କିନ୍ତୁ କେଉଁ ବରଗଛ ଛାଇ ତଳେ ଏତେ ଦିନ ରହିଲେଣି ଯାହାକି ସରକାରୀ ଆଇନ ଉଲଘଂନ କରୁଛି ବୋଲି ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’