Masthead

ମାଣିକଙ୍କୁ ମିଳୁନି ପକ୍କାଘର

ନରସିଂହପୁର, (ବଡ଼ ଖବର ବ୍ୟୁରୋ): ବାଟ ହୁଡୁଛି ଆବାସ ଯୋଜନା । ଥିଲାବାଲାଙ୍କୁ ମିଳୁଛି ଆବାସ ଯୋଜନା । ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ୁଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ପଞ୍ଚାୟତ ମାନପୁର ଗାଁରେ ଦେଖିବାକୁ ମିଳିଛି ଏହାର ଉଦାହରଣ ।

କାନପୁର ଗାଁର ମାଣିକ ପ୍ରଧାନ । ସ୍ୱାମୀ ବିନୋଦ ପ୍ରଧାନଙ୍କ ମୃତ୍ୟୁପରେ ପୁଅ- ଝିଅଙ୍କୁ ମଣିଷ କରିବା ପାଇଁ ପରଘରେ ମୂଲ ଲାଗୁଛନ୍ତି । ଝିଅକୁ ବାହା ଦେବା ପରେ ଏବେ ମା’ପୁଅ ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି । ଝାଟିମାଟି ଚାଳଛପର ଘର କେତେବେଳେ ଯେ ଭୁଶୁଡି ପଡ଼ିବ କହିହେଉ ନାହିଁ । ଆବାସ ଯୋଜନାରେ ପକ୍କାଘର ଲାଗି ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ । ନିରାଶ୍ରୟ ବିଧବା ମାଣିକଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳିଲେ ବାକି ଜୀବନ କାଟି ଦିଅନ୍ତି ବୋଲି କହିଛନ୍ତି ମାଣିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ