Masthead

ମହିଳା ସାମ୍ବାଦିକଙ୍କୁ ହତ୍ୟା ମାମଲା, ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ବହୁ ଚର୍ଚ୍ଚିତ ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ହତ୍ୟାକାରୀଙ୍କର ଆଜି ଦଣ୍ଡର ଶୁଣାଣି ହୋଇଛି। ସୌମ୍ୟାଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଆଜୀନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।ସୌମ୍ୟାଙ୍କ ୪ ହତ୍ୟାକାରୀ ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଓ ଅଜୟ କୁମାରଙ୍କୁ ଦିଲ୍ଲୀର ସା‌କେତ କୋର୍ଟ ଆଜୀବନ ଜେଲଦଣ୍ଡ ସହିତ ୧.୨ଲକ୍ଷ ଟଙ୍କାର ଜରିମାନାର ଶୁଣାଣି କରିଛନ୍ତି। ଏଥିସହିତ ଅନ୍ୟ ଜଣେ ଦୋଷୀ ଅଜୟ ସେଠୀକୁ ଆଜୀବନ ଜେଲ ହୋଇନାହିଁ ।

ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୧୧ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଶୁକ୍ରବାର ସାକେତ କୋର୍ଟ ଏହି ମାମଲାର ଶୁଣାଣି ପୂରା କରି ନିଷ୍ପତ୍ତିକୁ ସୁରକ୍ଷିତ ରଖି ଦେଇଥିଲେ। ଆଜି କୋର୍ଟ ଦୋଷୀଙ୍କୁ ଦଣ୍ଡର ଘୋଷଣା କରିଛନ୍ତି ।ଏହି ଶୁଣାଣି ପରେ ମୃତ ସାମ୍ବାଦିକାଙ୍କ ମା’ଙ୍କ ଇଚ୍ଛା ପୂରା ହୋଇଥିବା କୁହାଯାଉଛି। କାରଣ ୨୦୦୮ ସେପ୍ଟେମ୍ବର ୩୦ରେ ୨୫ ବର୍ଷୀୟ ସାମ୍ବାଦିକ ସୌମ୍ୟା ଅଫିସରୁ ଫେରୁଥିବା ସମୟରେ ଦିଲ୍ଲୀର ବସନ୍ତ ବିହାରରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ଝିଅକୁ ନ୍ୟାୟ ଓ ଦୋଷୀକୁ ଦଣ୍ଡ ଦେବାପାଇଁ ସୌମ୍ୟାଙ୍କ ମାଆ ଅଭିଯୋଗ କରିବା ସହ ଆପ୍ରାଣ ଚେଷ୍ଟା କରିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା