Before Header

ବାଇକକୁ ପିଟିଲା କାର,୩ ମୃତ

0 595

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ):ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ମର୍ମନ୍ତୁଦ କାର୍ ଦୁର୍ଘଟଣା ଘଟିଛି । ଏଥିରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି। ୩ ମୃତକଙ୍କ ପରିଚୟ ମିଳିପାରିନାହିଁ ।ସୂଚନା ଅନୁସାରେ, ବାଇକ୍ରେ ୩ ଜଣ ଯାଉଥିବା ବେଳେ ସୁବଳୟା ଛକ ନିକଟରେ କାର୍ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ଜୀବନ ଚାଲି ଯାଇଛି । ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ୍ ଏବଂ ଦମକଳ ବାହିନୀ ପହଞ୍ଚିଛନ୍ତି । ପୋଲିସ୍ ମୃତଦେହ ଉଦ୍ଧାର କରିବା ସହ କାର୍ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Leave A Reply

Your email address will not be published.