Masthead

ଦିବ୍ୟାଙ୍ଗ ଝିଅଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି… ମୁଁ ଝୁଣ୍ଟି ଖଣ୍ଡିଆ ଖାବରା ହେଉଛି, ସ୍କୁଲକୁ ଭଲ ରାସ୍ତାଟେ କରିଦିଅନ୍ତୁ

ଜମ୍ମୁ-କଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀରର କାଠୁଆର ସ୍କୁଲ ଛାତ୍ର ସିରାଟ ନାଜ । ଯାହାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ତାଙ୍କ ସ୍କୁଲର ଏକ ଭିଡିଓ କରିଥିଲେ । ସ୍କୁଲର ସମସ୍ୟା ଦେଖାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଆଉ ଏବେ ଜଣେ ଦିବ୍ୟାଙ୍ଗ ଝିଅ କାଜଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ଜମ୍ମୁ-କଶ୍ମୀରର ଉଦମପୁର ଜିଲାରେ ତାଙ୍କ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି।

ରାସ୍ତାରେ ଝୁଣ୍ଟି ପଡି ଖଣ୍ଡିଆ ଖାବରା ହେଉଥିବା ଝିଅଟି ଚିଠିରେ ଜଣାଇଛନ୍ତି। ସେ ମେଲଡି ସରକାରୀ ମିଡିଲ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଏହି ବିଦ୍ୟାଳୟ ଉଦମପୁର ଜିଲାର ଫାଙ୍ଗୟାଲ ପଞ୍ଚାୟତର ପ୍ରଶାସନ ଅଧୀନରେ ଅଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କାଜଲ ସ୍କୁଲରେ ନିଜର ତଥା ଅନ୍ୟ ସାଙ୍ଗମାନଙ୍କ ଦୈନନ୍ଦିନ ଅସୁବିଧା ବିଷୟରେ ପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି ବିଦ୍ୟାଳୟକୁ ଯାଉଥିବା ଏକମାତ୍ର ରାସ୍ତାର ଅବସ୍ଥା ଏପରି ଅଛି ସେ ଯାତ୍ରା କରିବା ସମୟରେ ଅନେକ ଥର ଝୁଣ୍ଟି ପଡି ତଳେ ପଡ଼ିଯାଉଛନ୍ତି। “ମୁଁ ସ୍କୁଲ ଯିବାବେଳେ ଏହି ରାସ୍ତାରେ ଅନେକ ଥର ପଡିଛି। ରାସ୍ତାର ଅବସ୍ଥା ଏପରି ମୁଁ ତଥା ମୋର ବନ୍ଧୁମାନେ ଏହା ଉପରେ ଚାଲିବା ବିପଦଠାରୁ କମ ନୁହେଁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆମ ପାଇଁ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ଭଲ ରାସ୍ତା ନିର୍ମାଣ କରାଇ ଦିଅନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ