Masthead

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ; ୩ଗୁରୁତର,୨ଆହତ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଜମିବାଡି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡକ ପଞ୍ଚାୟତରେ । ବୋଡକ ପଞ୍ଚାୟତ ଅଧିନ ନୁନ୍ଦର ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଏହି ଗଣ୍ଡଗୋଳରେ ନରେନ୍ଦ୍ର ତ୍ରିପାଠୀଙ୍କ ପରିବାରରେ ବୃଦ୍ଧା ମାତା ସମେତ ୩ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତୀ ହୋଇଛନ୍ତି । ତେବେ ମରଣାନ୍ତକ ଆକ୍ରମଣ ସମୟର ଭିଡିଓ ପୋଲିସର ହସ୍ତଗତ ହେବାପରେ ଅପରପକ୍ଷରୁ ୩ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ। ଜମିବାଡିକୁ ବିବାଦକୁ ନେଇ କିଛି ବର୍ଷ ହେଲା ଦୁଇ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତକାଲି ନରେନ୍ଦ୍ର ତ୍ରିପାଠୀଙ୍କ ଗୃହର ପିଲର ସମେତ ବାଡକୁ ଉପାଡି ଗଣ୍ଡଗୋଳ କରିଥିଲେ ଅପରପକ୍ଷ । ଯାହାକୁ ନେଇ ନରେନ୍ଦ୍ର ତ୍ରିପାଠୀ ଥାନାରେ ଏତଲା ଦେଇଥିଲେ । ସଂଧ୍ୟାରେ ପୋଲିସ ତଦନ୍ତ କରୁଥିବା ବେଳେ ମଧ୍ୟ ଅପରପକ୍ଷ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ।

ଯାହାକୁ ନେଇ ପୋଲିସ ଉଭୟ ପକ୍ଷଙ୍କୁ ଆଜି ସକାଳେ ଥାନାକୁ ଆସିବାକୁ କହିଥିଲେ । ମାତ୍ର ଆଜି ସକାଳେ ନରେନ୍ଦ୍ର ତ୍ରିପାଠୀ ପକ୍ଷ ଥାନାକୁ ଆସିବା ପାଇଁ ଘରୁ ବାହାରୁଥିବା ବେଳେ ଅପରପକ୍ଷ ବାଡି ଠେଙ୍ଗା ଧରି ଆକ୍ରମଣ କରିଥିଲେ । ଗଣ୍ଡଗୋଳରେ ଗୁରୁତର ଆହତଙ୍କୁ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଗୁରୁତର ହେବାରୁ ବୃଦ୍ଧା ତୁଳସୀଙ୍କୁ ଭଦ୍ରକ ଡାକ୍ତରଖାନାକୁ ଏବଂ ସୁରେନ୍ଦ୍ରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତିକରି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି ଓ ଆଜିର ଏତଲାକୁ ନେଇ ତଦନ୍ତ ଜାରି ରହିଛି ଏବଂ ଅପରପକ୍ଷଙ୍କ ମଧ୍ୟରୁ ୩ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି