Masthead

ମୋତେ ‘ବଲି କା ବକରା’ ବନାଯାଉଛି; ରାଜ କୁନ୍ଦ୍ରା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ନିକଟରେ ଅଶ୍ଲୀଳ ଫିଲ୍ମ ତିଆରି ମାମଲାରେ ଗିରଫ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସ ମ୍ୟାନ ରାଜ କୁନ୍ଦ୍ରା । ସେ ଏବେ ପର୍ଣ୍ଣ ଫିଲ୍ମ ତିଆରି ଅଭିଯୋଗରେ ଜେଲରେ ଅଛନ୍ତି । ଚାର୍ଜସିଟ ଦାଖଲ ପରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି । ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟରେ ସେ ବେଲ ପାଇଁ ଆବେଦନ କରିଛନ୍ତି । ସେ କହିଛନ୍ତି ‘ମୋ ବିରୋଧରେ କୌଣସି ପ୍ରମାଣ ନାହିଁ । ମୋତେ ବିନା କାରଣରେ ଫସାଇ ଦିଆଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ, ବଲି କା ବକରା ତଥା ମିଛରେ ବଳି ପକା ଯାଉଛି । ଏ ନେଇ ସେ ଦାବି କରି ବେଲ ଆବେଦନ କରିଛନ୍ତି ।

ଏହି ମାମଲାରେ ଦଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଜ ପୋଲିସ ନିକଟରେ ରାଜ କୁନ୍ଦ୍ରା ଓ ତାଙ୍କ ୩ ସହଯୋଗୀଙ୍କ ନାଁରେ ଏହି ଅଶ୍ଲୀଳ ଫିଲ୍ମ ତିଆରି ଅଭିଯୋଗରେ ଚାର୍ଜସିଟ ଦାଖଲ କରିଥିଲା । ଏହା ପରେ ଅଭିଯୁକ୍ତମାନେ ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ତେବେ ରାଜ କୁନ୍ଦ୍ରାଙ୍କ ଆବେଦନ ପତ୍ରରେ କୁହାଯାଇଛି ଯେ, ରାଜ କୁନ୍ଦ୍ରାଙ୍କୁ ଭୁଲ ମାମାଲାରେ ଫସାଇବାକୁ ଉଦ୍ୟମ କରାଯାଉଛି । ତାଙ୍କ ନାମ ପ୍ରଥମେ ଏଫଆଇଆରରେ ନଥିଲା କିନ୍ତୁ ପୋଲିସ ଏହି ମାମଲାରେ ତାଙ୍କ ନାଁକୁ ମିଛରେ ଚାଣୁଛି । ତେବେ ବର୍ତ୍ତମାନ ରାଜ କୁନ୍ଦ୍ରା ପୋଲିସ ହେପାଜତରେ ଅଛନ୍ତି । ସୋମାବାର ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ