Masthead

ତହସିଲଦାରଙ୍କ ନୋଟିସକୁ ଅବମାନନା କଲେ ରାଜନେତା

ବରୀ (ବଡ଼ ଖବର ବ୍ୟୁରୋ): ବରୁଆଁ ମୁଖ୍ୟ ରାସ୍ତାର ବରୀ ତହସିଲ କାର୍ଯ୍ୟାଳୟ ଆଗରେ ଶାରଦୀୟ ଅଭିନନ୍ଦନ ପାଇଁ ବିଜେଡି, କଂଗ୍ରେସ, ବିଜେପି ନେତା ମାନଙ୍କ ସହିତ ବରୀ ବିଧାୟିକା ମଧ୍ୟ ବଡ଼ ବଡ଼ ହୋଡିଙ୍ଗ କରି ଅଭିନନ୍ଦନ ଜଣାଇଥିଲେ। ମାତ୍ର ଦୁର୍ଗାପୂଜା ଯାଇ ନବବର୍ଷ ଆସିଲାଣି ହେଲେ ମୁଖ୍ୟ ରାସ୍ତା ଉପରୁ ହଟୁନି ହୋଡିଙ୍ଗ । ମୁଖ୍ୟ ବଜାର ଉପରେ ହୋଇଥିବା ତୋରଣ ଗୁଡ଼ିକ ଯୋଗୁଁ ଯାତାୟାତରେ ବହୁ ପ୍ରଭାବ ପଡ଼ୁଥିବା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି ଯାହାକୁ ନେଇ ସ୍ଥାନୀୟ ଲୋକେ ବରୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବରୀ ତହସିଲ ପକ୍ଷରୁ ସମସ୍ତ ରାଜନେତାଙ୍କୁ ତୋରଣ ହଟାଇବା ପାଇଁ ଗତ ୨୨ ତାରିଖରେ ନୋଟିସ କରାଯାଇଥିଲା।

ମାତ୍ର ନୋଟିସକୁ ୭ ଦିନ ବିତିଯାଇଥିଲେ ମଧ୍ୟ ରାଜନୈତିକ ଦଳର ବ୍ୟକ୍ତି ଏବଂ ବରୀ ବିଧାୟିକା ମଧ୍ୟ ତହସିଲଦାରଙ୍କ ନୋଟିସକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ତେବେ ରାଜନେତା ମାନେ ତହସିଲଦାରଙ୍କ ନୋଟିସକୁ ଅବମାନନା କରିବା, ନୋଟିସର ୭ ଦିନ ପରେ ହୋଡିଙ୍ଗ ନ ହରାଇବା ଘଟଣାକୁ ନିନ୍ଦା କରିଛନ୍ତି ବରୀର ବୁଦ୍ଧିଜୀବୀ। ତେବେ ଏ ନେଇ ଯାଜପୁର ଜିଲ୍ଲାପାଳ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ