Masthead

ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ସ୍କୁଲ ମଧ୍ୟରେ ମାର୍‌ପିଟ ଘଟଣାରେ ୩ ଶିକ୍ଷକ ନିଲମ୍ବିତ । ଗୋଷାଣୀ ବ୍ଲକ ମାଛମରା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ୩ ନିଲମ୍ବିତ । କାଲି ସ୍କୁଲ ପରିସରରେ ଶିକ୍ଷକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲରେ ତାଲା ପକାଇଥିଲେ ଗ୍ରାମବାସୀ । ମାଛମରା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମାଛମରା ଗ୍ରାମରେ ରହିଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟରେ ମରପିଟ ଘଟଣାକୁ ନେଇ ଗ୍ରାମ ବାସୀ ସ୍କୁଲରେ ତାଲା ପକାଇବା ସହ ସମ୍ପୃକ୍ତ ଶିକ୍ଷକ ମାନଙ୍କୁ ବଦଳି ଦାବି କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ ଗତ ସାତ ଦିନ ତଳେ ଗୋଷାଣି ଏବିଇଓ ସ୍କୁଲ ପରିଦର୍ଶନ ପାଇଁ ଆସିଥିଲେ ଏବଂ କିଛି ସ୍ଥାନରେ ଅଳିଆ ସଫା ହୋଇନଥିବା ଏବଂ ଶୌଚାଳୟ ସଫା ନଥିବା ନେଇ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ରଥଙ୍କୁ ତାଗିତ କରିଥିଲେ । ସେହି ସମୟରେ ଅନ୍ୟ ଦୁଇଜଣ ଶିକ୍ଷକ ଜୟକିଶୋର ଓ ଜୟା ରାଓ ମଦ୍ଧ୍ୟ ଉପସ୍ଥିତ ରହିଥିଲେ । ମା କା ନାମ ଏକ ପେଡ କାର୍ଯ୍ୟକ୍ରମ ଆଜି ରହିଥିବାରୁ ପ୍ରଧାନ ଶିକ୍ଷକ ହିନ୍ଦି ଓ ଖେଳ ଶିକ୍ଷକଙ୍କୁ ନିଜ କକ୍ଷକୁ ଛାତ୍ର ମାନଙ୍କ ମାଧ୍ୟମରେ ଡାକିଥିଲେ । ଏହା ପରେ ବିଭିନ୍ନ କଥାକୁ ନେଇ କଥା କଟାକଟି ହୋଇ ଶିକ୍ଷକ ମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ ଓ ମାରପିଟ ।

ପ୍ରଧାନଶିକ୍ଷକ ପୁର୍ବରୁ ସ୍କୁଲ ଏସଏମସି ସଭାପତିଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ସନ୍ତକ ନେବା ସହ ସ୍କୁଲକୁ ଆସିଥିବା ଅନୁଦାନ ଗୁଡିକ ହଡପ କରିବା କରୁଥିବା ସହ ବିଦ୍ୟାଳୟର ଶିକ୍ଷା ଉପରେ ଗୁରୁତ୍ୱ ନ ଦେଇ ଯେଉଁଠାରେ ପ୍ରଧାନ ଶିକ୍ଷକଙ୍କ ଆର୍ଥୀକଙ୍କ ଲାଭ ଥିବ ତାକୁ ଗୁରୁତ୍ୱ ଦେଉଥିବା ବେଳେ ସ୍କୁଲରେ ମଧ୍ୟ୍ୟାନ ଭୋଜନ, ୟୁନିଫର୍ମ ଇତ୍ୟାଦି ଛାତ୍ରଛାତ୍ରୀ ମାନଙ୍କୁ ସଠିକ ଭାବେ ଦିଆଯାଉନଥିବା ଅଭିଯୋଗ କରିଥିଲେ ସ୍କୁଲ ଏସଏମସି ସଭାପତି ସଙ୍କର ରାଓ । ଶିକ୍ଷକମାନେ ସଠିକ ସମୟରେ ସ୍କୁଲକୁ ଯାଉନଥିବା ଏବଂ ପାଠପଢା ପ୍ରତି ଗୁରୁତ୍ୱ ଦିଆଯାଉନଥିବା ବେଳେ ଶିକ୍ଷକମାନେ ଯେଭଳି ଭାବରେ ଆଜି ଉଭୟଙ୍କ ମଧ୍ୟରେ ମାରପିଟ କରିଥିବା ଘଟଣା ଗ୍ରାମବାସୀ ପାଇବା ପରେ ଶିକ୍ଷକ ମାନେ ଯଦି ସ୍କୁଲରେ ଏଭଳି ଆଚରଣ କରିବେ ଛାତ୍ରଛାତ୍ରୀ ମାନେ କିପରି ଶିକ୍ଷାଲାଭ କରିପାରିବେ ନିଜ ପିଲାଙ୍କ ଭବିଷ୍ୟତ କଥା ଭାବି ଗ୍ରାମବାସୀ ଉକ୍ତ ଶିକ୍ଷକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସ୍କୁଲରେ ତାଲା ପକାଇବା ସହ ଧାରଣାରେ ବସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ